ପଞ୍ଜାବ: ଏବେ ଭୋଟରଙ୍କୁ ସଚେତନ କରିବେ ସୋନୁ ସୁଦ । କାହାକୁ ଦେବେ ଭୋଟ, କେମିତି ନେବେ ନିଷ୍ପତ୍ତି ଏନେଇ ଜନତାଙ୍କୁ ସଚେତନ କରିବେ ଅଭିନେତା ତଥା ସମାଜସେବୀ ସୋନୁ ସୁଦ । ପଞ୍ଜାବର ‘ରାଜ୍ୟ ଆଇକନ’ ଭାବେ ସେ ନିଯୁକ୍ତ ହୋଇଛନ୍ତି । ପଞ୍ଜାବ ନିର୍ବାଚନ ଆୟୋଗ ତାଙ୍କୁ ଏହି ପଦ ପାଇଁ ନିର୍ବାଚିତ କରିଛି । ଜାରି ହୋଇଥିବା ଏହି ଅଧିକାରିକ ବୟାନରେ ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ କରୁଣା ରାଜୁ କହିଛନ୍ତି ଯେ, ତାଙ୍କ କାର୍ୟ୍ୟାଳୟ ଭାରତୀୟ ନିର୍ବାଚନ ଆୟୋଗକୁ ଏହି ସମ୍ବନ୍ଧରେ ଏକ ପ୍ରସ୍ତାବ ପଠାଇଥିଲେ, ଯାହାକୁ ନିର୍ବାଚନ ଆୟୋଗ ମଞ୍ଜୁରି ଦେଇଥିଲେ। ଏହି ମଞ୍ଜୁରି ପରେ ସୋନୁ ରାଜ୍ୟରେ ନିର୍ବାଚନ ସମ୍ବନ୍ଧିତ ଅଭିଯାନ ଚଳାଇବେ।ପଞ୍ଜାବର ମୋଗା ଜିଲ୍ଲାର ବାସିନ୍ଦା ଥିବା ସୋନୁ ସୁଦ ହିନ୍ଦୀ, ତାମିଲ ଓ ପଞ୍ଜାବୀ ସମେତ ଅନେକ ଭାରତୀୟ ଭାଷାରେ ହୋଇଥିବା ସିନେମାରେ ଅଭିନୟ ମଧ୍ୟ କରି ସାରିଛନ୍ତି। ଅଭିନେତା ସୋନୁ ସୁଦ ବିହାର ବିଧାନସଭା ନିର୍ବାଚନ ସମୟରେ ଏକ ବିଶେଷ ବାର୍ତ୍ତା ଦେଇଥିଲେ। ସେ ସମସ୍ତଙ୍କୁ ଚିନ୍ତା କରି ଭୋଟ ଦେବାକୁ ଅନୁରୋଧ କରିଥିଲେ। ସୋନୁଙ୍କୁ ପୂରା ଦେଶ ସେତେବେଳେ ଜାଣି ଯାଇଥିଲା ଯେତେବେଳେ ସେ କୋଭିଡ-୧୯ ଲକଡାଉନରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ଘରକୁ ପଠାଇବାରେ ସାହାଯ୍ୟ କରିଥିଲେ। କେବଳ ଏତିକି ନୁହେଁ, ସୋନୁ ସୁଦ ବାରଣାସୀର ନାବିକ ସମେତ ଅନେକ ଲୋକଙ୍କୁ ସାହାଯ୍ୟ କରି ଅସହାୟ ଲୋକଙ୍କ ପାଇଁ ଦେବଦୂତ ସାଜିଥିଲେ।
ଲକଡାଉନରେ କରିଥିବା କାମକୁ ନେଇ ସୋନୁ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି। ତାଙ୍କ ପୁସ୍ତକର ନାମ ‘ଆଇ ଆମ୍ ନୋ ମେସିହା’ ରହିଛି। ଏହି ପୁସ୍ତକ ଡିସେମ୍ବର ମାସରେ ଲଞ୍ଚ ହେବ। ସୋନୁ ସୁଦ ଏବେ ସିନେମା ‘ପୃଥ୍ବୀରାଜ’ର ସୁଟିଂ ବ୍ୟସ୍ତ ଅଛନ୍ତି। ଏହି ସିନେମାରେ ଅକ୍ଷୟ କୁମାର ଓ ମାନୁଷୀ ଚିଲ୍ଲର ମୁଖ୍ୟ ଭୂମିକାରେ ନଜର ଆସିବେ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0