ୱାଶିଂଟନ: ଓବାମାଙ୍କ ବୁକ୍ ‘ଏ ପ୍ରୋମିଜଡ ଲ୍ୟାଣ୍ଡ’ ଏବେ ଚର୍ଚ୍ଚାରେ । ଏହି ପଚସ୍ତକରେ ସେ ନିଜସ୍ୱ ନିଜସ୍ୱ ଜୀବନ ବିଷୟରେ ଉଲ୍ଲେଖ କରିଛନ୍ତି । ପ୍ରାୟ ୨୦୦ ପୃଷ୍ଠାରେ ସେ ନିଜ ବିଷୟରେ ଉଲ୍ଲେଖ କରିଛନ୍ତି । ତାଙ୍କ ମନରେ ଭାରତ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଛି ବୋଲି ସେ ପୁସ୍ତକରେ ଉଲ୍ଲେଖ କରିଛନ୍ତି । କାରଣ ସେ ପିଲାଦିନେ ଇଣ୍ଡୋନେସିଆରେ ରହୁଥିବା ବେଳେ ହିନ୍ଦୁ କାହାଣୀ ରାମାୟଣ ଏବଂ ମହାଭାରତ ଶୁଣିଥିଲେ । ଭାରତ ତାଙ୍କ କଳ୍ପନାରେ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥାଏ । ତେବେ ଏହା ହିନ୍ଦୁ କାହାଣୀ ରାମାୟଣ ଶୁଣିବାର ପ୍ରଭାବ ବୋଲି ସେ ଉଲ୍ଲେଖ କରିଛନ୍ତି । ଏଥି ସହ ମୋର ଅନ୍ୟ ଧର୍ମ ବିଷୟରେ ଜାଣିବା ଏବଂ କଲେଜ ସମୟରେ ଭାରତୀୟ ବନ୍ଧୁମାନଙ୍କ ପ୍ରତି ମୋର ଆଦର ଥିବା ଲେଖିଛନ୍ତି ଓବାମା । କେବଳ ସେତିକି ନୁହେଁ ବଲିଉଡ ଚଳଚ୍ଚିତ୍ର ପ୍ରତି ମଧ୍ୟ ତାଙ୍କର ଆଗ୍ରହ ଥିବା ଉଲ୍ଲେଖ କରିଛନ୍ତି ବାରାକ ଓବାମା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0