ମୁମ୍ବାଇ: ଚର୍ଚ୍ଚାରେ ଭାଇଜାନଙ୍କ ଶାଟ ଲେସ ଫଟୋ । ଏନେଇ ସଲମାନ ନିଜ ସୋସିଆଲ ମିଡ଼ିଆରେ ଫିଟନେସର କିଛି ଫୋଟ ସେୟାର କରିଛନ୍ତି । ଫଟୋଟି ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।

ଫଟୋଟି ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରୁ ଶେୟାର କରାଯାଇଛି। ଫଟୋରେ କ୍ଯାପଶନ ରହିଛି, “ବିଙ୍ଗ୍ ହ୍ୟୁମାନର ଓ୍ୱିଣ୍ଟର କଲେକ୍ସନ ଖୁବଶୀଘ୍ର ଆସୁଛି।”ଯେଉଁଥିରେ ସେ ଫିଟ ବଡ଼ି ସହ ଏକ ବ୍ଲାକ ଘୋଡ଼ରେ ବସିଥିବାର ନଜର ଆସିଛନ୍ତି । ଯାହାକୁ ଏବେ ୨୦ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି ।

ଅନ୍ୟପଟେ ଖୁବଶୀଘ୍ର ସଲମାନଙ୍କୁ ଫିଲ୍ମ ‘ରାଧେ: ୟୋର୍ ମୋଷ୍ଟ ଓ୍ୱାଣ୍ଟେଡ୍ ଭାଇ’ ଫିଲ୍ମରେ ଦେଖିବାକୁ ମିଳିବ। ଫିଲ୍ମରେ ଦିଶା ପଟାନୀ ତାଙ୍କ ସହ ନଜରକୁ ଆସିବେ। ଏହାକୁ ପ୍ରଭୁ ଦେବା ନିର୍ଦ୍ଦେଶନା ଦେଉଛନ୍ତି।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0