ବାଲେଶ୍ବର : ବାଲେଶ୍ବରରେ ମହିଳାଙ୍କ ମାଧ୍ୟମରେ ଚାଲିଛି ବ୍ରାଉନସୁଗାର ବେପାର । ସହରର ଅଡର ବଜାରରୁ ସହଦେବଖୁଣ୍ଟା ପୋଲିସ ୨ ଜଣ ମହିଳାଙ୍କୁ ଗିରଫ କରିଛି । ଏହାସହ ସେମାନଙ୍କ ନିକଟରୁ ୮୫ ଗ୍ରାମ୍ ବ୍ରାଉନସୁଗାର ଏବଂ ନଗଦ ୧୮ ହଜାର ୬ ଶହ ଟଙ୍କା ଜବତ କରିଛି । ବାଲେଶ୍ବର ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଛି । ପୋଲିସର ରେଡ୍ ଏବଂ ଗିରଫଦାରୀ ଭୟରେ ଏବେ ମାଫିଆ ଏହି କାରବାର ପାଇଁ ମହିଳାଙ୍କୁ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ପୋଲିସ ଆଖିରେ ଧୂଳିଦେଇ ବେପାର ଚଲାଇବାକୁ ଚେଷ୍ଟା କରୁଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0