spot_img

୧୬ ଯାଏଁ ୨୫ ହଜାର ଟଙ୍କା ଉଠାଇ ପାରିବେ ଜମାକାରୀ

ଲକ୍ଷ୍ମୀ ବିଳାଶ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଆରବିଆଇ। ଚେନ୍ନାଇ ଭିତିକ ଲକ୍ଷ୍ମୀ ବିଳାଶ ବ୍ୟାଙ୍କରେ ଆର୍ଥିକ ସଂକଟ ଜଟିଳ ହୋଇପଡିଛି । ଏହି ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ କଟକଣା ଲଗାଯାଇଛି । କେନ୍ଦ୍ର ସରକାରଙ୍କ କଟକଣା ଅନୁସାରେ ଆଗାମୀ ୧୬ ତାରିଖ ଯାଏଁ ସର୍ବାଧିକ ୨୫ ହଜାର ଟଙ୍କା ଉଠାଇ ପାରିବେ ଏହି ବ୍ୟାଙ୍କରେ ଟଙ୍କା ରଖିଥିବା ଜମାକାରୀ । ଆରବିଆଇର ବିନା ଅନୁମତିରେ କୌଣସି ଜମାକାରୀଙ୍କୁ ୨୫ ହଜାରରୁ ଅଧିକ ଟଙ୍କା ପୈଠ କରିପାରିବ ନାହିଁ ବ୍ୟାଙ୍କ। ବ୍ୟାଙ୍କିଙ୍ଗ ରେଗୁଲେସନ ଆକ୍ଟ ୧୯୪୯ର ଧାରା ୪୫ରେ ଲକ୍ଷ୍ମୀ ବିଳାଶ ବ୍ୟାଙ୍କ ଉପରେ ୧ ମାସର ପରିଷୋଧ ସ୍ଥଗିତାଦେଶ ଲଗାଇବାକୁ ସୁପାରିଶ କରିଥିଲା ଆରବିଆଇ । ରିଜର୍ଭ ବ୍ୟାଙ୍କର ସୁପାରିଶକୁ ଗ୍ରହଣ କରି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ବ୍ୟାଙ୍କର ଏନପିଏ ବଢିଚାଲିଥିବାରୁ ଜମାକାରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏଭଳି ପଦକ୍ଷେପ ନେଇଛି ଆରବିଆଇ । ରିଜର୍ଭ ବ୍ୟାଙ୍କର ପ୍ରସ୍ତାବ ଅନୁସାରେ ଡିବିଏସ ବ୍ୟାଙ୍କ ଅଫ ଇଣ୍ଡିଆ ସହିତ ଲକ୍ଷ୍ମୀ ବିଳାଶ ବ୍ୟାଙ୍କର ମିଶ୍ରଣ ହେବ । ଏବଂ ଅଢେଇ ହଜାର କୋଟି ଟଙ୍କା ନିବେଶ କରିବ ଡିବିଏସ ବ୍ୟାଙ୍କ ଅଫ ଇଣ୍ଡିଆ । ତେବେ ଜମାକାରୀଙ୍କୁ ବ୍ୟସ୍ତ ନହେବା ପାଇଁ ପରାମର୍ଶ ଦେଇଛି ଆରବିଆଇ । କାରଣ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି । ଏବଂ ସେମାନଙ୍କ ଜମାର ସୁରକ୍ଷା ପାଇଁ ଆରବିଆଇ ବିକଳ୍ପ ବନ୍ଦୋବସ୍ତ କରୁଥିବା କୁହାଯାଇଛି । ଚଳିତବର୍ଷ ଜୁନ ସୁଦ୍ଧା ଲକ୍ଷ୍ମୀ ବିଳାଶ ବ୍ୟାଙ୍କର ଓଡିଶାରେ ୫ଟି ଶାଖା ରହିଛି । ଏଥିରୁ ୨ଟି ଶାଖା ଗ୍ରାମାଂଚଳରେ ଥିବା ବ୍ୟାଙ୍କର୍ସ କମିଟି ରିପୋର୍ଟରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular