ଭୁବନେଶ୍ୱର: କେତେବେଳେ ସୁନାବେଡ଼ା ଗାଁ ତ କେତେବେବେଳ ନାରାୟଣ ପାଟଣା ଗ୍ରାମରେ, ସୀମାକୁ ନେଇ ଚକ୍ରାନ୍ତ ଚଳାଇଛି ଆନ୍ଧ୍ର ପ୍ରଦେଶ । ଏବେ ପୁଣି କୋଟିଆରେ ଅନୁପ୍ରବେଶ କରି କୋଟିଆ ବାସୀଙ୍କୁ ପ୍ରଲୋଭନ ଦେଖାଇ ବିଜୁଳି ଯୋଗାଇ ଦେଉଛି । ଏବଂ ଜୀବିକା ପାଇଁ କୋଟିଆ ମାଟିରେ ପୋଖରୀ ଖୋଳୁଛି । ଓଡ଼ିଶାର ବିକାଶ କାମ ଧିମେଇ ଯାଇଥିବାରୁ ଏହାର ଫାଇଦା ଉଠାଉଛି ଆନ୍ଧ୍ର ।
କୋଟିଆରେ ଓଡ଼ିଶାର ବିକାଶର କାମ ମନ୍ଥର ଗତିରେ ଚାଲିଥିବାରୁ କୋଟିଆବାସୀଙ୍କ ପାଖରେ ପହଂଚି ଫାଇଦା ଉଠାଉଛି ଆନ୍ଧ୍ର ପ୍ରଦେଶ । ରାଜ୍ୟ ସରକାରଙ୍କ ପକ୍ଷରୁ ରାସ୍ତା ନିର୍ମାଣ ହୋଇଛି, କିନ୍ତୁ ଅନେକ ସ୍ଥାନରେ ଖରାପ ହୋଇଗଲାଣି । ଏହାସହ କୋଟିଆରେ ବସିଥିବା ବିଏସଏନଏଲ ଟୱାର ବି ଅଚଳ ହୋଇଯାଇଛି । ଏଯାଏଁ କେବଳ ୨୫ଟି ଘର ଯୋଗାଇ ଦିଆଯାଇଛି । ବାକି ଲୋକ ଏବେ ବି କୁଡିଆ ଭିତରେ ରହୁଛନ୍ତି । କୋଟିଆର ଆଦିବାସୀ ମଣିଷ ଅଭାବ ଅନାଟନରେ ବଂଚୁଥିବା ବେଳେ ଏହାର ଫାଇଦା ଉଠାଇବାକୁ ଉଦ୍ୟମ କରୁଛି ଆନ୍ଧ୍ର ପ୍ରଶାସନ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0