ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ଆକ୍ରାନ୍ତଙ୍କଠାରୁ ଅଧିକ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରୁ ଆଜି ୫୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ କରି ସୂଚନା ଦେଇଛି। ଏଥିସହିତ ୬୦ଜଣ କୋଭିଡ ପଜିଟିଭ ସୁସ୍ଥ ହୋଇଥିବା ବି ଜଣାପଡ଼ିଛି । ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୫୭ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ନିକଟରେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆଜି ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
ସେହିପରି ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୪୦ଜଣଙ୍କ ମଧ୍ୟରୁ ବିଜେବି ନଗରରୁ ଜଣେ, ବମିଖାଲରୁ ଜଣେ, ଚକେଇସିଆଣିରୁ ଜଣେ, ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୨ଜଣ, ଡେଲଟା ସ୍କୋୟାର ଅଞ୍ଚଳରୁ ଜଣେ, ଡୁମଡୁମା ଅଞ୍ଚଳରୁ ଜଣେ, ଆଇଆରସି ଭିଲେଜରୁ ଜଣେ, ଝାରପଡ଼ାରୁ ୩ଜଣ, ଲକ୍ଷ୍ମୀ ସାଗର ଅଞ୍ଚଳରୁ ଦୁଇଜଣ, ମଞ୍ଚେଶ୍ବର ଅଞ୍ଚଳରୁ ଜଣେ, ନୟାପଲ୍ଲୀ ଅଞ୍ଚଳରୁ ୫ଜଣ, ନୀଳାଦ୍ରି ବିହାର ଅଞ୍ଚଳରୁ ଜଣେ, ଓଲଡ ଏଜି କଲୋନିରୁ ୫ଜଣ, ଓଲଡ ଟାଉନରୁ ୨ଜଣ, ପଳାଶପଲ୍ଲୀରୁ ଜଣେ, ପଟିଆରୁ ଛଅଜଣ, ସତ୍ୟନଗର ଅଞ୍ଚଳରୁ ଜଣେ, ୟୁନିଟ-୨ରୁ ଜଣେ, ୟୁନିଟ-୬ରୁ ଜଣେ, ୟୁନିଟ-୮ରୁ ଦୁଇଜଣ, ବାଣୀବିହାର ଅଞ୍ଚଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ବି ରାଜଧାନୀରେ ୬୪୬ଟି କରୋନା ସକ୍ରିୟ ମାମଲା ରହିଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0