spot_img

ରାଜ୍ୟ ସରକାରଙ୍କ ନିରାମୟ ଯୋଜନାକୁ ଫୁ, ରୋଗୀ କିଣୁଛନ୍ତି ବାହାରୁ ଔଷଧ

ବଡଚଣା: ରାଜ୍ୟ ସରକାରଙ୍କ ନିରାମୟ ଯୋଜନାକୁ ଫୁ । ରୋଗୀ କିଣୁଛନ୍ତି ବାହାରୁ ଔଷଧ । ଯାଜପୁରର ବଡଚଣା ବ୍ଲକ ଅଧିନସ୍ଥ ଗୋପାଳପୁର ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଦେଖିବାକୁ ମିଳିଛି ଏମିତି ଚିତ୍ର । ଏଠାରେ ସାଧାରଣ ଗରିବ ରୋଗୀମାନଙ୍କୁ ମେଡିକାଲ କତ୍ତୃପକ୍ଷ ଲୁଟିବାର ଚିତ୍ର ସାମ୍ନାକୁ ଆସିଛି । ମେଡିକାଲ କ୍ୟାମ୍ପସ ଭିତରେ ଥିବା ଦୁଇଟି ମେଡିସିନ ଷ୍ଟୋରରୁ ଲୋକମାନଙ୍କୁ ମାଗଣାରେ ମେଡିସିନ ମିଳୁନାହିଁ । ବରଂ ତାଙ୍କୁ ବାହାରୁ ମେଡିସିନ୍ କିଣିବା ପାଇଁ ଉପଦେଶ ଦେଉଛନ୍ତି କର୍ମଚାରୀ । ସାଧାରଣ ରୋଗୀଟି କିଭଳି ମେଡିକାଲ କର୍ମଚାରୀ ଦ୍ୱାରା ହଇରାଣ ହେଉଛି ତାହାର ସ୍ପଷ୍ଟ ଚିତ୍ର ଦେଖନ୍ତୁ । ଏନେଇ ସିଧା ଅଭିଯୋଗ ମଧ୍ୟ କରିଛନ୍ତି ସାଧାରଣ ରୋଗୀ । କେବଳ ସେତିକି ନୁହେଁ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଦାୟିତ୍ୱରେ ଥିବା ଡାକ୍ତର ସୁବାଷ ଚନ୍ଦ୍ର ପଣ୍ଡା ମଧ୍ୟ ସବୁଦିନ ଅନୁପସ୍ଥିତ ରହୁଛନ୍ତି । ଏନେଇ ଖବର ସଂଗ୍ରହ ବେଳେ ମଧ୍ୟ ସ୍ଥାନୀୟ ମେଡିସିନ ଷ୍ଟୋରର କିଛି ଯୁବକ ସାମ୍ବାଦିକ ଭାଇମାନଙ୍କୁ ବିରୋଧ କରିଥିଲେ । ତେବେ ଚିକିତ୍ସା କ୍ଷେତ୍ରରେ ଏଭଳି ଅଭାବନୀୟ ଘଟଣା ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସେପଟେ ବିଭିନ୍ନ ମେଡିସିନ୍ କମ୍ପାନୀର ପ୍ରତିନିଧିମାନେ ଗୋପାଳପୁର ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭିଡ ଜମାଉଥିବା ଘଟଣା ମଧ୍ୟ ପ୍ରଶ୍ନ ସୃଷ୍ଟି କରୁଛି । କେବେ ଆସିବ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସୁଦ୍ଧାର । ନିରାମୟ ଯୋଜନାରୁ କେମିତି ସୁବିଧା ପାଇବେ ରୋଗୀ । କେବେ ଏନେଇ ପଡିବ ପ୍ରଶାସନର ଦୃଷ୍ଟି । ଦେଖିବାକୁ ବାକି ରହିଲା ।

 

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular