ତାଇୱାନ: ଗୋଟିଏ ଲଢୁଆ ବିମାନ ନିଖୋଜ ହେବାରୁ ଯାଞ୍ଚ ଲାଗି ୧୫୦ଟି ଯାକ ଏଫ-୧୬ ଲଢୁଆ ବିମାନଗୁଡ଼ିକର ଉଡ଼ାଣକୁ ବନ୍ଦ କଲା ତାଇୱାନ । ସୂଚନା ଅନୁସାରେ, ଚୀନ୍ ଆକ୍ରମଣ ପ୍ରତି ତାଇୱାନର ସର୍ବଦା ଭୟ ରହିଛି। ଚୀନ୍ ତାଇୱାନ୍କୁ ନିଜ ଅଞ୍ଚଳ ବୋଲି ଦାବି କରିବା ସହ ଆବଶ୍ୟକ ହେଲେ ବଳପୂର୍ବକ ଦିନେ ନା ଦିନେ ଦଖଲ କରିନେବାକୁ ପ୍ରତିଜ୍ଞା କରିଛି। ତାଇୱାନ୍ ବାୟୁସେନା କହିଛି ଯେ, ମଙ୍ଗଳବାର ରାତିରେ ପୂର୍ବ ତାଇୱାନ୍ର ହୁଆଲିଏନ୍ ବିମାନଘାଟିରୁ ଉଡ଼ାଣ ଆରମ୍ଭ କରିବାର ଦୁଇ ମିନିଟ ପରେ ପ୍ରାୟ ୬୦୦୦ ଫୁଟ୍ ଉଚ୍ଚରୁ ୪୪ ବର୍ଷିୟ ପାଇଲଟ୍ ଚଳାଉଥିବା ଏକଆସନ ବିଶିଷ୍ଟ ଏଫ୍-୧୬ ବିମାନଟି ରାଡାର୍ରୁ ଅଦୃଶ୍ୟ ହୋଇଯାଇଥିଲା। ଏଘଟଣା ପୂର୍ବରୁ ପ୍ରାୟ ତିନି ସପ୍ତାହ ପୂର୍ବେ ତାଲିମ ସମୟରେ ଗୋଟାଏ ଏଫ୍-୫ଇ ଲଢୁଆ ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ର ମଧ୍ୟକୁ ଖସିପଡ଼ିଥିଲା। ସେତେବେଳେ ମଧ୍ୟ ଯାଞ୍ଚ ଲାଗି ବାକି ସମସ୍ତ ଏଫ୍-୧୬ ଜେଟ୍ ଉଡ଼ାଣ ବନ୍ଦ କରାଯାଇଥିଲା।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0