spot_img

ଜାହାନିଆ ବେଳା ଭୂମିରେ ନାହିଁ ଲାଇଫ ଗାର୍ଡ ସୁବିଧା

ଜାହାନିଆ :  ବେଳା ଭୂମିରେ ନାହିଁ ଲାଇଫ ଗାର୍ଡ ସୁବିଧା । ସେଥିପାଇଁ ବିଗତ ଦିନମାନଙ୍କରେ ଅନେକ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସି ଜୀବନ ହାରିଲେଣି । ସେପଟେ ଦିନକୁ ଦିନ ଏହି ସ୍ଥାନର ଗୁରୁତ୍ୱ ବଢିବା ସହ ପର୍ଯ୍ୟଟକ ସଂଖ୍ୟା ବଢିବାରେ ଲାଗିଛି । ପର୍ଯ୍ୟଟନ ଋତୁ ସହ ବର୍ଷର ପ୍ରାୟ ସବୁ ସମୟରେ ରାଜଧାନୀ ଭୁବନେଶ୍ୱର, କଟକ ଓ ଅନ୍ୟାନ ଅଞ୍ଚଳରୁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଏଠାରେ ଦେଖିବାକୁ ମିଳିଥାଏ । ମାତ୍ର ଲାଇଫ ଜାକେଟ୍ ନଥିବାରୁ ସମୁଦ୍ରରେ ଗାଧୋଇବା ସମୟରେ ପ୍ରଖର ସ୍ରୋତରେ ପର୍ଯ୍ୟଟକମାନେ ବିପଦରେ ପଡୁଛନ୍ତି । ସ୍ଥାନରେ ସୁରକ୍ଷା କବଚ ସାଜିଛନ୍ତି ସ୍ଥାନୀୟ ଯୁବକ । କିଛି ଦିନ ତଳେ ଜଣେ ବ୍ୟକ୍ତିଙ୍କୁ ଜଣେ ଆଇସିକ୍ରିମ ବିକାଳି ବଞ୍ଚାଇଥିବାର ଘଟଣା ସାମ୍ନାକୁ ଆସିଛି । ମାତ୍ର ଏହା କେତେ ଦିନ । ତେଣୁ ଏହି ସ୍ଥାନରେ ଲାଇଫ ଜାକେଟ ସୁବିଧା କରିବା ପାଇଁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular