spot_img

ଝଗଡ଼ାର ସମାଧାନ କରିବାକୁ ଯାଇ ବିଜେପି କର୍ମୀଙ୍କ ମୃତ୍ୟୁ

କୋଲକାତା: ଦୁଇ ସମ୍ପ୍ରଦାୟ ମଧ୍ୟରେ ଲାଗିଥିବା ଝଗଡ଼ାର ସମାଧାନ କରିବାକୁ ଯାଇ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାଟି ପଶ୍ଚିମବଙ୍ଗର କୁଚବେହାର ଜିଲ୍ଲାରେ ଘଟିଥିବା ବେଳେ ଜଣଙ୍କୁ ଗିରଫ କରିଛି ପୁଲିସ । ମା’ କାଳୀଙ୍କ ମୂର୍ତ୍ତି ବିସର୍ଜନ ସମୟରେ ଦୁଇ ସମ୍ପ୍ରଦାୟ କ୍ଲବ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଏହି ସମୟରେ ବିଜେପି କର୍ମୀ କଳାଚାନ୍ଦ କରମାକର ଦୁଇ ଗୋଷ୍ଠୀକୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ବୁଝାଇବା ମଧ୍ୟରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା । ଘଟଣାସ୍ଥଳରେ ସେ ଅଚେତ ହୋଇ ପଡିଯିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯୋଜନାବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ନେଇ ପରିବାର ଲୋକେ ଦାବି କରୁଥିବା ବେଳେ ଟିଏମସି ଦଳ ଯୋଜନାବଦ୍ଧ ଭାବେ ଆକ୍ରମଣ କରାଇଥିବା କହିଛି ବିଜେପି । କୁଚବେହାର ଜିଲ୍ଲାରେ ନିର୍ବାଚନ ହାରିବା ପରେ ଟିଏମସି ବିଜେପିକୁ ଟାର୍ଗେଟ କରୁଥିବା ନେଇ ବିଜେପି ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular