spot_img

ଆଜି ବିଶ୍ୱ ଇମୋଜି ଡେ’ ରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶିଳ୍ପା ସେଟ୍ଟୀଙ୍କ ଭିଡିଓ, ଏକ୍ସପ୍ରେସନ୍ ଦେଖି ଆପଣ ବି କହିବେ ବାଃ

ଇମୋଜି, ଯାହାକୁ ଆମେ ଚାଟ୍ ସମୟରେ ଶଦ୍ଧ ଠାରୁ ଅଧିକ ନିଜର ଅନୁଭବକୁ ଜାହିର କରିବା ପାଇଁ ବ୍ୟବହାର କରାଯାଇଥାଏ । ଇମୋଜି ମଧ୍ୟ ଏକ ପ୍ରକାର ଆମ ଜୀବନର ଅଂଶ । ସୂଚନା ଯୋଗ୍ୟ ପ୍ରତ୍ୟେକ ବର୍ଷ ଜୁଲାଇ ୧୭ ତାରିଖକୁ ବିଶ୍ୱ “ଇମୋଜି ଦିବସ (world Emoji Day)” ରୂପେ ପାଳନ କରାଯାଏ । ଏହି ସୁଯୋଗରେ ଚଳିତ ବର୍ଷ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମଧ୍ୟ ଏହି ଖାସ୍ ଦିନଟିକୁ ପାଳନ କରିଛନ୍ତି।

shilpaସୋସିଆଲ ମିଡିଆରେ ଖୁବ୍ ଅ୍ରାକ୍ଟିଭ୍ ରହିଥାନ୍ତି ଶିଳ୍ପା ସେଟ୍ଟୀ । ସେ ସର୍ବଦା ନିଜର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି । କେବଳ ନିଜର ନୁହେଁ ବରଂ ଶିଳ୍ପା ନିଜ ପରିବାରର ମଧ୍ୟ ବହୁତ ମଜାଦାର୍ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଏସବୁ ମଧ୍ୟରେ ଶିଳ୍ପା ଆଜିର ଦିନରେ ଯେଉଁ ଭିଡିଓ ପୋଷ୍ଟ କରିଛନ୍ତି ତାହା ଖୁବ୍ ପ୍ୟାରା । ଏହି ଭିଡିଓ ଜରିଆରେ ଶିଳ୍ପା ୱାର୍ଲ୍ଡ ଇମୋଜି ଡେ’ ସେଲିବ୍ରେଟ କରିଛନ୍ତି।

ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିବା ଭିଡିଓରେ ଶିଳ୍ପା ଭିନ୍ନ ଭିନ୍ନ ପ୍ରକାର ମୁହଁ କରୁଥିବାର ନଜର ଆସିଛନ୍ତି । ଯାହାକୁ ଦେଖି ଆପଣ ମଧ୍ୟ ନିଜର ହସ କଣ୍ଟ୍ରୋଲ କରିପାରିବେ ନାହିଁ । ଏହି ଭିଡିଓରେ ଶିଳ୍ପା ଖୁବ୍ କୁ୍ୟଟ୍ ନଜର ଆସିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

emojiଏହି ଭିଡିଓ ସେୟାର କରିବା ସହ ଶିଳ୍ପା ସମସ୍ତଙ୍କୁ ୱାର୍ଲ୍ଡ ଇମୋଜି ଡେ’ର ଶୁଭେଚ୍ଛା ଜଣାଇଛନ୍ତି ଶିଳ୍ପା । ଏଥିସହ ଭିଡତଓ ସେୟାର କରିବା ସହ କ୍ୟାପସନରେ ଶିଳ୍ପା ଲେଖିଛନ୍ତି, “ହାପ୍ପୀ ୱାର୍ଲ୍ଡ ଇମୋଜି ଡେ’- ଏଠାରେ ପ୍ରତ୍ୟେକ ଅନୁଭବକୁ ଆପଣ ଦେଖିପାରିବେ । ଏହା ଭିତରୁ ଆପଣଙ୍କ ପସନ୍ଦ କ’ଣ?”

ସୂଚନାଯୋଗ୍ୟ ଗତ ୨୦୧୪ ମସିହା ଜୁଲାଇ ୧୭ ତାରିଖ ଠାରୁ ୱାର୍ଲ୍ଡ ଇମୋଜି ଡେ’ ପାଳନ ହୋଇଆସୁଛି । ଏଭଳି ଭାବେ ଆଜି ସପ୍ତମ ଥର ଏହି ଦିନ ପାଳନ କରାଯାଉଛି । ସୂଚନା ଅନୁଯାୟୀ ଗତ ୧୯୯୦ ମସିହାରେ ଇମୋଜିର ଆରମ୍ଭ ହୋଇଥିଲା । ଏହାକୁ ସର୍ବପ୍ରଥମେ ଆପ୍ପଲ୍ ନିଜର ଆଇଫୋନର କି-ବୋର୍ଡରେ ସାମିଲ କରିଥିଲା । କିନ୍ତୁ ବର୍ତ୍ତମାନ ଆଜି ଏହି ଇମୋଜି କେବଳ ହ୍ୱାଟ୍ସଆପ୍ କି ଫେସବୁକ୍ ନୁହେଁ ବରଂ ଟ୍ୱିଟର, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲେଟଫର୍ମ ଭଳି ଷ୍ଟାଟସ୍ କିମ୍ବା ଚାଟିଂ କରୁଥିବା ସମୟରେ ବ୍ୟବହାର କରାଯାଉଛି । ରିପୋର୍ଟ ଅନୁଯାୟୀ ବିଶ୍ୱରେ ପ୍ରତ୍ୟେକ ବର୍ଷ ପାଞ୍ଚ ଶତ କୋଟିରୁ ଅଧିକ ଇମୋଜି ବ୍ୟବହାର କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular