ମାଞ୍ଚେଷ୍ଟର୍: ପ୍ରଥମ ଟେଷ୍ଟ୍ ଭଳି ବର୍ଷା ବାଧାପ୍ରାପ୍ତରୁ ହିଁ ଜୈବ ସୁରକ୍ଷିତ ବ୍ୟବସ୍ଥା ମଧ୍ୟରେ ଚାଲିଥିବା ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ଟେଷ୍ଟ୍ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଗୁରୁବାରାଠାରୁ ଓଲ୍ଡଟ୍ରାଫୋର୍ଡରେ ଆରମ୍ଭ ହୋଇଛି। ପ୍ରଥମ ଦିନ ସମ୍ମାନକୁ କିନ୍ତୁ ଇଣ୍ଡିଜ୍ ଓ ଇଂଲଣ୍ଡ ଖେଳାଳି ବାଣ୍ଟି ନେଇଛନ୍ତି। ଶୃଙ୍ଖଳାରେ ପଛୁଆ ଥିବାରୁ ପ୍ରତିକୂଳ ପାଗ ପରିସ୍ଥିତିରେ ତଥା ଆର୍ଦ୍ରତାପୂର୍ଣ ପିଚରେ ଘରୋଇ ଦଳ ଧୈର୍ୟ୍ୟପୂର୍ଣ୍ଣ ବ୍ୟାଟିଂ କରିଛି। ଖବର ପ୍ରକାସନ ସମୟ ବେଳକୁ ଜୋ ରୁଟଙ୍କ ଦଳ ୬୭ ଓଭରରେ ୩ ୱିକେଟ୍ ବିନିମୟରେ ୧୬୫ ରନ୍ କରିଥିଲା।
ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜାସନ୍ ହୋଲଡର୍ ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। ବର୍ଷା କାରଣରୁ ପ୍ରଥମ ଦିନ ଖେଳ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ଯୋଡ଼ି ରୋରି ବର୍ନସ ଏବଂ ଡୋମିନିକ୍ ଶିବଲେ ଭଲ ଆରମ୍ଭ କରି ଇଣ୍ଡିଜ୍ର ନୂଆ ବଲ୍ ଯୋଜନାକୁ ପଣ୍ଡ କରିଥିଲେ। ତେବେ ସ୍ପିନର ରସ୍ତନ୍ ଚେଜ୍ଙ୍କ ଆଗମନ ଇଂଲଣ୍ଡକୁ ଯୁଗଳ ଝଟକା ଦେଇଥିଲା। ବର୍ନସ (୧୫, ୩୫ ବଲ୍)ଙ୍କୁ ଲେଗ୍ ବିଫୋର କରି ଏହି ଯୋଡ଼ି ଭାଙ୍ଗିବାରୁ ତତ୍କ୍ଷଣାତ ମଧ୍ୟାହ୍ନ ଭୋଜନ ବିରତି ହୋଇଥିଲା। ପ୍ରଥମ ଟେଷ୍ଟ୍ରେ ଭଲ ବ୍ୟାଟିଂ କରିଥିବା ଜାକ୍ କ୍ରଲି (୦, ୧ ବଲ୍)ଙ୍କୁ ବିରତି ପରବର୍ତୀ ପ୍ରଥମ ବଲ୍ରେ ଆଉଟ୍ କରି ରସ୍ତନ୍ ଚେଜ୍ ଇଂଲଣ୍ଡକୁ ୨୯/୨ରେ ସଂଘର୍ଷ କରାଇଥିଲେ। ତେବେ ପ୍ରତ୍ୟାବର୍ତନ କରିଥିବା ନିୟମିତ ଅଧିନାୟକ ଜୋ ରୁଟ୍ (୨୩, ୪୯ ବଲ) ଭଲ ବ୍ୟାଟିଂ କରିଥିଲେ ମଧ୍ୟ ଲମ୍ବା ପାଳି ଖେଳି ପାରିନଥିଲେ। ଆର୍ଦ୍ରତାଭରା ପିଚ୍ରେ ବଲ୍ ୱିକେଟରକ୍ଷକ କିମ୍ବା ସ୍ଲିପ୍ କର୍ଡନ୍ ଆଡକୁ କ୍ବଚିତ୍ ଯାଉଥିଲା।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0