ଇମୋଜି, ଯାହାକୁ ଆମେ ଚାଟ୍ ସମୟରେ ଶଦ୍ଧ ଠାରୁ ଅଧିକ ନିଜର ଅନୁଭବକୁ ଜାହିର କରିବା ପାଇଁ ବ୍ୟବହାର କରାଯାଇଥାଏ । ଇମୋଜି ମଧ୍ୟ ଏକ ପ୍ରକାର ଆମ ଜୀବନର ଅଂଶ । ସୂଚନା ଯୋଗ୍ୟ ପ୍ରତ୍ୟେକ ବର୍ଷ ଜୁଲାଇ ୧୭ ତାରିଖକୁ ବିଶ୍ୱ “ଇମୋଜି ଦିବସ (world Emoji Day)” ରୂପେ ପାଳନ କରାଯାଏ । ଏହି ସୁଯୋଗରେ ଚଳିତ ବର୍ଷ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମଧ୍ୟ ଏହି ଖାସ୍ ଦିନଟିକୁ ପାଳନ କରିଛନ୍ତି।
ସୋସିଆଲ ମିଡିଆରେ ଖୁବ୍ ଅ୍ରାକ୍ଟିଭ୍ ରହିଥାନ୍ତି ଶିଳ୍ପା ସେଟ୍ଟୀ । ସେ ସର୍ବଦା ନିଜର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି । କେବଳ ନିଜର ନୁହେଁ ବରଂ ଶିଳ୍ପା ନିଜ ପରିବାରର ମଧ୍ୟ ବହୁତ ମଜାଦାର୍ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଏସବୁ ମଧ୍ୟରେ ଶିଳ୍ପା ଆଜିର ଦିନରେ ଯେଉଁ ଭିଡିଓ ପୋଷ୍ଟ କରିଛନ୍ତି ତାହା ଖୁବ୍ ପ୍ୟାରା । ଏହି ଭିଡିଓ ଜରିଆରେ ଶିଳ୍ପା ୱାର୍ଲ୍ଡ ଇମୋଜି ଡେ’ ସେଲିବ୍ରେଟ କରିଛନ୍ତି।
ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିବା ଭିଡିଓରେ ଶିଳ୍ପା ଭିନ୍ନ ଭିନ୍ନ ପ୍ରକାର ମୁହଁ କରୁଥିବାର ନଜର ଆସିଛନ୍ତି । ଯାହାକୁ ଦେଖି ଆପଣ ମଧ୍ୟ ନିଜର ହସ କଣ୍ଟ୍ରୋଲ କରିପାରିବେ ନାହିଁ । ଏହି ଭିଡିଓରେ ଶିଳ୍ପା ଖୁବ୍ କୁ୍ୟଟ୍ ନଜର ଆସିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡିଓ ସେୟାର କରିବା ସହ ଶିଳ୍ପା ସମସ୍ତଙ୍କୁ ୱାର୍ଲ୍ଡ ଇମୋଜି ଡେ’ର ଶୁଭେଚ୍ଛା ଜଣାଇଛନ୍ତି ଶିଳ୍ପା । ଏଥିସହ ଭିଡତଓ ସେୟାର କରିବା ସହ କ୍ୟାପସନରେ ଶିଳ୍ପା ଲେଖିଛନ୍ତି, “ହାପ୍ପୀ ୱାର୍ଲ୍ଡ ଇମୋଜି ଡେ’- ଏଠାରେ ପ୍ରତ୍ୟେକ ଅନୁଭବକୁ ଆପଣ ଦେଖିପାରିବେ । ଏହା ଭିତରୁ ଆପଣଙ୍କ ପସନ୍ଦ କ’ଣ?”
ସୂଚନାଯୋଗ୍ୟ ଗତ ୨୦୧୪ ମସିହା ଜୁଲାଇ ୧୭ ତାରିଖ ଠାରୁ ୱାର୍ଲ୍ଡ ଇମୋଜି ଡେ’ ପାଳନ ହୋଇଆସୁଛି । ଏଭଳି ଭାବେ ଆଜି ସପ୍ତମ ଥର ଏହି ଦିନ ପାଳନ କରାଯାଉଛି । ସୂଚନା ଅନୁଯାୟୀ ଗତ ୧୯୯୦ ମସିହାରେ ଇମୋଜିର ଆରମ୍ଭ ହୋଇଥିଲା । ଏହାକୁ ସର୍ବପ୍ରଥମେ ଆପ୍ପଲ୍ ନିଜର ଆଇଫୋନର କି-ବୋର୍ଡରେ ସାମିଲ କରିଥିଲା । କିନ୍ତୁ ବର୍ତ୍ତମାନ ଆଜି ଏହି ଇମୋଜି କେବଳ ହ୍ୱାଟ୍ସଆପ୍ କି ଫେସବୁକ୍ ନୁହେଁ ବରଂ ଟ୍ୱିଟର, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲେଟଫର୍ମ ଭଳି ଷ୍ଟାଟସ୍ କିମ୍ବା ଚାଟିଂ କରୁଥିବା ସମୟରେ ବ୍ୟବହାର କରାଯାଉଛି । ରିପୋର୍ଟ ଅନୁଯାୟୀ ବିଶ୍ୱରେ ପ୍ରତ୍ୟେକ ବର୍ଷ ପାଞ୍ଚ ଶତ କୋଟିରୁ ଅଧିକ ଇମୋଜି ବ୍ୟବହାର କରାଯାଉଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0