spot_img

ଶରୀର ପାଇଁ ଅତି ଲାଭକାରୀ ଘିକୁଆଁରୀ, ଆସନ୍ତୁ ଜାଣିବା କ’ଣ ରହିଛି ଏହାର ଉପକାରିତା

ଘିକୁଆଁରୀ ଯାହା କି ଆୟୁର୍ବେଦ ଜଗତରେ ଖୁବ୍ ଜଣାଶୁଣା ହୋଇଥାଏ । ସାଧାରଣ ଲୋକ ମଧ୍ୟ ଅଳ୍ପ ବହୁତେ ଘିକୁଆଁରୀର ଉପକାରୀତା ବିଷୟରେ ଜାଣିଥାନ୍ତି । ଏଥିରେ ୭୫ଟି ଅକ୍ଟିଭ କମ୍ପୋନେଟ୍ ଥାଏ, ଯାହା କି ଆମ ଦେହ ପାଇଁ ଖୁବ୍ ଆବଶ୍ୟକ ହୋଇଥାଏ । ଏହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବହୁମାତ୍ରାରେ ବଢିଥାଏ । କାରଣ ଏଥିରେ ଭିଟାମିନ ଇ, ଭିଟାମିନ ବି୧୨, ଭିଟାମିନ ସି ବହୁମାତ୍ରାରେ ରହିଥାଏ । ତେବେ ଆସନ୍ତୁ ଜାଣିବା ଘିକୁଆଁରୀରେ ଆଉ କଣ କଣ ଫାଇଦା ରହିଥାଏ ।
ଦେହରେ କୌଣସି ଚର୍ମ ରୋଗ ଜନିତ ସମସ୍ୟା ଥାଏ ତେବେ ଏହାକୁ ସେହି ଜାଗାରେ ଲାଗାଇବା ଦ୍ୱାରା ଉପଷମ ମିଳିଥାଏ । ଏହାକୁ ପ୍ରତିଦିନ ମଧୁମେହ ରୋଗି ସେବନ କରିବା ଦ୍ୱାରା ସୁଗାର ଓ କୋଷ୍ଟ୍ରେଲ ମଧ୍ୟ କଣ୍ଟୋଲ ରେ ରହିଥାଏ । ଏହାକୁ କେଶ ରେ ଲଗେଇବା ଦ୍ୱାରା ଏହା ମଧ୍ୟ କଣ୍ଡିସନର ପରି କାମ କାରିଥାଏ, ଯାହା ଫଳରେ କେଶ ସୁନ୍ଦର ଓ ଉଜ୍ଜଳ ଦେଖାଯାଏ । ଏଥିସହ କଣ୍ଡିସନରରେ ଘିକୁଆଁରୀ ମିଶାଇ ଲଗାଇଲେ ରୂପି ସମସ୍ୟା ଦୂର ହେବା ସହ କେଶ ମଜବୁତ୍ ହୋଇଥାଏ ।

ସେହିଭଳି ଅଫିସରେ ଦିନ ସାରା କମ୍ପୁ୍ୟଟରରେ କାମ କରିବା ଓ ମୋବାଇଲର ବହୁଳ ବ୍ୟବହାର ଦ୍ୱାରା ଆଖିରେ ଯନ୍ତ୍ରଣା ଅନୁଭବ ହେବା ସହ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଏହିକାରଣରୁ ଯଦି ଆପଣ ବହୁତ ଜଲଦି ରକ୍ଷା ପାଇବା ପାଇଁ ଚାହାନ୍ତି ତେବେ କପେ ପାଣି ରେ ଦୁଇ ଚାମଚ ଘିକୁଆଁରୀ ରସକୁ ମିସାଇ ଆଖି ଧୋଇଲେ ତୁରନ୍ତ ଆରାମ ମିଳିଥାଏ ।
ଦାନ୍ତ ସମସ୍ୟା ପାଇଁ ମଧ୍ୟ ଏହା ଉପକାରୀ ହୋଇଥାଏ । ଏହାକୁ ଦାନ୍ତ ମୂଳରେ ଲଗାଇବା ଦ୍ୱାରା ଦାନ୍ତ ମଜ୍ବୁତ ହୋଇଥାଏ ଓ ଦାନ୍ତପୋକ କାଟିବା ପରି ସମସ୍ୟାରୁ ମଧ୍ୟ ଉପଷମ ମିଳିଥାଏ ।
ଏହାବ୍ୟତୀତ ଆଣ୍ଠୁ-ଗଣ୍ଠି ଦରଜ ସମସ୍ୟା ଦୁର କରିବାରେ ମଧ୍ୟ ସହାଯ୍ୟ କରିଥାଏ । ଏହାକୁ ଆଣ୍ଠୁ-ଗଣ୍ଠି ରେ ମାଲିସ୍ କରିବାଦ୍ୱାରା ଆରାମ ଲାଗିଥାଏ । ସେହିଭଳି ଯଦି ରୋଷେଇ କରିବା ସମୟ ରେ କୌଣସି ଜାଗାରେ ଚେଙ୍କ ଲାଗିଯାଏ ତେବେ ତୁରନ୍ତ ସେହି ସ୍ଥାନରେ ଲଗାଇବା ଦ୍ୱାରା ଜଳା-ପୋଡା କମିଯାଇଥାଏ ଓ ଫୋଟକା ମଧ୍ୟ ହୋଇନଥାଏ ।
ଏହାର ଜେଲ୍ କୁ ମଧ୍ୟ ଆପଣ ନ୍ୟାଚୁରାଲ ସନସ୍କିନ୍ ଲୋସନ୍ ଭଳି ବ୍ୟବହାର କରିପାରିବେ ଏହାକୁ ଲାଗାଇବା ଦ୍ୱାରା ଚେହେରା ଗୋରା ଓ ସୁନ୍ଦର ଦେଖାଯାଇଥାଏ । ପ୍ରତିଦିନ ଏହି ଜେଲ୍ କୁ ପାଣିରେ ପକାଇ ପିଇବା ଦ୍ୱାରା ଶରୀରରେ ଥିବା ବିଶାକ୍ତ ଟକ୍ସିନ୍ ବାହାରି ଯାଇଥାଏ ଓ ମେଦବହୁଳତା ସମସ୍ୟାକୁ ମଧ୍ୟ ଦୂର କରିଥଏ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular