spot_img

ଆସନ୍ତା ଦୁଇଦିନ ଧରି ରାଜ୍ୟରେ ଘନ କୁହୁଡି

ଭୁବନେଶ୍ୱର : ଆସନ୍ତା ଦୁଇଦିନ ଧରି ରାଜ୍ୟରେ ଘନ କୁହୁଡି ଲାଗି ରହିବ ରାଜ୍ୟର ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିଛି ସେହିପରି  ୪ଟି ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ଏହା ସହ ଆସନ୍ତା ୨୦ରୁ ୨୪ ତାରିଖ ଭିତରେ ରାଜ୍ୟର କେତେକ ସ୍ଥାନରେ ସ୍ୱଳ୍ପ ବୃଷ୍ଟିପାତ ହୋଇପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ

ପାଣିପାଗ ବିଭାଗର ସୂଚନାନୁସାରେ, ଆସନ୍ତା ଦିନ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା କମ୍ ରହିଛି। ତକିନ୍ତୁ ଆସନ୍ତା ଦିନ ଯାଜପୁର, କନ୍ଧମାଳ, ବାଲେଶ୍ୱରରେ, କଟକ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜରେ ଘନ କୁହୁଡ଼ି ସମ୍ଭାବନା ଅଛି ଏହି ସମୟରେ ରାସ୍ତାରେ ଯାତାୟାତ ବେଳେ ସତର୍କତା ଅବଲମ୍ବନ କରିବାକୁ ପଡିବ ସେହିପରି ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ାକୁ ମଧ୍ୟମ ଧରଣର କୁହୁଡ଼ି ଘେରିବ

ପାଣିପାଗ ବିଭାଗ ଆହୁରି ମଧ୍ୟ କହିଛି ଯେ, ଶୁକ୍ରବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକର ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ଶନିବାର ମଧ୍ୟ କେତେକ ସ୍ଥାନରେ ହାଲୁକା ବର୍ଷା ହେବା ନେଇ ଅନୁମାନ କରାଯଉଛି ୨୩ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ରହିପାରେ। ରାଜ୍ୟରେ ଦିନରେ ଏବେ ଗରମ ସାମାନ୍ୟ ଅଧିକ ରହୁଛି ପ୍ରାୟତଃ ଅନେକ ସ୍ଥାନରେ ତାପମାତ୍ରା ୩୩ ଡିଗ୍ରୀ ଉପରେ ରହୁଛି ସେହିପରି ଦାରିଙ୍ଗିବାଡ଼ି, ଫୁଲବାଣୀ, ସୋନପୁର କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ଭିତରେ ଅଛି

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular