ରାଜକନିକା: ଗାଧୋଇଲା ବେଳେ ଚାଲିଗଲା ଜୀବନ । ରାଜକନିକା କଂଟପଡ଼ା ପଂଚାୟତର ବଡ଼ଗର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ସୂଚନାରୁ ଜଣାପଡ଼ିଛି ବଡ଼ଗର ଗାଁର ସୁବାସ ନାୟକଙ୍କ ପୁତୁରା ଆଲୋକ ବେହେରା ଗାଧୋଇବାକୁ ଯାଇ ତାଙ୍କ ଗୋଡ଼ ଖସିଯିବାରୁ ପୋଖରୀରେ ପଡ଼ିଯାଇଥିଲେ । ପରେ ପ୍ରତକ୍ଷ୍ୟଦର୍ଶୀ ରାଜକନିକା ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇଁ ଦମକଳ ବାହିନୀ ଆଲୋକ ବେହେରାଙ୍କୁ ଅବସ୍ଥାରେ ଉଦ୍ଧାର କରିଥିଲେ । ସଂଗେ ସଂଗେ ତାଙ୍କୁ ରାଜକନିକା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଆଲୋକ ଆଂଶିକ ମାନସିକ ବିକାର ଗ୍ରସ୍ତ ଥିବାରୁ ଏଭଳି ଘଟଣା ଘଟିଥିବା ଆଲୋକଙ୍କ ଭିଣୋଇ କହିଛନ୍ତି । ତୁରନ୍ତ ଆଲୋଙ୍କ ପରିବାର ଓ ତାଙ୍କ ବୃଦ୍ଧ ପିତା ମାତାଙ୍କୁ ସରକାରୀ ସହାୟତା ଯୋଗୋଇ ଦେବାକୁ ଦଶଭଗାରିଆ ଗାଁର ଲୋରକେ ଦାବି କରିଛନ୍ତି ।



Visitors Today : 6
Total Visitors : 130181
Total Views : 9891632
Visitors Online Now : 0