spot_img

ଟେଷ୍ଟ ସିରିଜ ପାଇଁ ଅଭ୍ୟାସ ଆରମ୍ଭ କଲେ ପୂଜାରା

ସିଡନୀ: ଆଗାମୀ ଭାରତ-ଅଷ୍ଟ୍ରେଲିଆ ସିରିଜ ପାଇଁ ଟେଷ୍ଟ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ନିଜର ଅଭ୍ୟାସ ଆରମ୍ଭ କରିଛନ୍ତି । ଦୀର୍ଘ ସମୟ ଧରି ପୂଜାରା ନେଟରେ ଅଭ୍ୟାସ କରୁଥିବାର ଦେଖିବା ପାଇଁ ମିଳିଥିଲା । ଏନେଇ ବିସିସିଆଇ ଟ୍ୱିଟ କରି ସ୍ପଷ୍ଟ କରିଛି । ତେବେ ଭାରତ ଓ ଘରୋଇ ଦଳ ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ଦିନିକିଆ ଓ ଟ୍ୱେଣ୍ଟି୨୦ ସିରିଜ ସହ ୪ଟି ଟେଷ୍ଟ ମ୍ୟାଚ ଖେଳାଯିବ । ଅନ୍ୟପଟେ ଏହି ମ୍ୟାଚ ଗୁଡିକୁ ଖେଳିବା ପାଇଁ ଭାରତୀୟ ଦଳ ଅଷ୍ଟ୍ରଲିଆରେ ପହଁଞ୍ଚି ସାରିଛି । ଉଭୟଦଳ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡିସେମ୍ବର ୧୭ରୁ ଆରମ୍ଭ ହେବାକୁ ଯାଉଛି । ଯାହାକି ଅଷ୍ଟ୍ରଲିଆର ଆଡିଲେଡରେ ଦିବାରାତ୍ର ଭାବେ ଖେଳାଯିବ । ଅନ୍ୟପଟେ ଟେଷ୍ଟ ସିରିଜର ୪ଟି ମ୍ୟାଚ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଅନ୍ତର୍ଗତ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular