ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ମାଳିହତା ଗାଁରେ କୁରାଢିରେ ଛେଚି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ମୃତକ ହେଲେ ପାର୍ବତୀ ମହାନ୍ତ । ଘଟଣା ଅନୁସାରେ ସ୍ୱାମୀ ଶିବପ୍ରସାଦ ମହାନ୍ତ ଓ ପାର୍ବତୀ ମହାନ୍ତଙ୍କ ମଧ୍ୟରେ ଅଧିକାଂଶ ସମୟରେ ପାରିବାରିକ କଳହ ଲାଗି ରହିଥିଲା ।
ଅନେକ ସମୟରେ ଶିବପ୍ରସାଦ ନିଶାଶକ୍ତ ଅବସ୍ଥାରେ ପାର୍ବତୀକୁ ମାରପିଟ ମଧ୍ୟ କରୁଥିବାର ଅଭିଯୋଗ ହେଉଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ କୁରାଢ଼ୀରେ ଛେଚି ନୃଶଂସ ଭାବେ ସ୍ତ୍ରୀ ପାର୍ବତୀ ମହାନ୍ତକୁ ହତ୍ୟା କରିଛି ସ୍ୱାମୀ । ସକାଳେ ଏନେଇ ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ ପୋଲିସ ମୃତ ଦେହ ଜବତ କରିବା ସହିତ ସ୍ତ୍ରୀ ହତ୍ୟାକାରୀ ଶିବପ୍ରସାଦକୁ ଅଟକ ରଖିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0