କଟକ : ଆଜିଠୁ ନୂଆ ଲାଇସେନ୍ସ ବ୍ୟବସ୍ଥା। ରାଜ୍ୟରେ ୨୧ଟି ଆର୍ଟିଓରେ ନୂଆ ଡିଏଲ୍ ଆବେଦନ ପାଇଁ ସ୍ଲଟ୍ ଖୋଲିବାକୁ ଅନୁମତି ଦିଆଯାଇଛି। ଏଥିରେ ଚଣ୍ତିଖୋଲ, ବରପାଲି, କୋରାପୁଟ, ମୟୂରଭଞ୍ଜ, ଫୁଲବାଣୀ, ସୁନ୍ଦରଗଡ଼, ବରଗଡ଼, ରାୟଗଡ଼ା, ଅନୁଗୋଳ, ଗଜପତି, ନବରଙ୍ଗପୁର, ବୌଦ୍ଧ, ଦେଓଗଡ଼, ମାଲକାନଗିରି, ଭଞ୍ଜନଗର, ଗଞ୍ଜାମ, ସୋନପୁର, ତାଳଚେର, ରାଇରଙ୍ଗପୁର, ରାଉରକେଲା, ସମ୍ବଲପୁର ସାମିଲ ହୋଇଛନ୍ତି।
ଆସନ୍ତା ୨୦ ତାରିଖଠାରୁ ଭଦ୍ରକ, ନୟାଗଡ଼, ନୂଆପଡ଼ା ଏବ˚ ଯାଜପୁରରେ ନୂଆ ଡିଏଲ୍ ଆବେଦନ କରିବାକୁ ଅନୁମତି ମିଳିଛି। ଅନ୍ୟପଟେ ୨୨ଟି ଆର୍ଟିଓରେ ନୂଆ ଲର୍ଣ୍ଣର୍ସ୍ ଲାଇସେନ୍ସ ଆବେଦନ ପାଇଁ ଅନୁମତି ପ୍ରଦାନ କରାଯାଇଥିବା ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0