ସମ୍ବଲପୁର : ଅଧିକାରୀ ଅଭିଯୋଗ ନ’ଶୁଣିବାରୁ ତହସିଲ ଅଫିସ ଜାଳିଲେ ଯୁବକ । ଏହି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ତହସିଲରେ । ଯୁବକଙ୍କ ଜମିକୁ ଜାଲିଆତି କରି ବିକ୍ରି କରାଯାଇଥିବା ଅଭିଯୋଗକୁ ଶୁଣିନଥିଲେ ତହସିଲଦାର ।

ବାରମ୍ବାର ଦୌଡ଼ିବା ସତ୍ୱେ ତହସିଲ ଅଫିସର କୌଣସି କର୍ମଚାରୀ ଯୁବକଙ୍କ କଥାକୁ ଶୁଣିନଥିଲେ । ଶେଷରେ ଯୁବକ ଜଣଙ୍କ ଉତକ୍ଷିପ୍ତ ହୋଇ ଏଭଳି ଚରମ କାଣ୍ଡ ଭିଆଇଛନ୍ତି । ତହସିଲରେ ଥିବା କିଛି ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ସହ କମ୍ପୁଟ୍ୟର ଆଦି ପୋଡ଼ି ନଷ୍ଟ ହୋଇଯାଇଛି । ଖବର ପାଇ ଦମକଳ କର୍ମଚାରୀ ଓ ପୋଲିସ ଘଟଣା ସ୍ଥଳରେ ପହଂଚି ଚଦନ୍ତ ଚଳାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0