ମୁମ୍ବାଇ: ସୋସିଆଲ ମିଡ଼ିଆରେ କାମ ଖୋଜୁଛନ୍ତି ଅଭିନେତା ସିକନ୍ଦର ଖେର । ଏକଥା ସେ ନିଜ ଇଷ୍ଟାଗ୍ରାମରେ ଜଣାଇଛନ୍ତି । ସେ ଏକ ଫଟୋ ସେୟାର କରି ଲେଖିଛନ୍ତି ମତେ କାମ ଦରକାର ଏବଂ ମୁଁ ବି ହସିପାରେ । ଯାହାକୁ ନେଇ ଏବେ ଚର୍ଚ୍ଚା ଧରିଛି । ବଲିଉଡ଼ ଅଭିନେତା ଅନୁପମ ଖେରଙ୍କ ପୁଅ ହେଉଛନ୍ତି ସିକନ୍ଦର ।

ତାଙ୍କର ଏହି ଫଟୋରେ ଫିଲ୍ମ ଇଣ୍ଡଷ୍ଟ୍ରୀ ସହ ଜଡ଼ିତ ଲୋକେ ମଧ୍ୟ କମେଣ୍ଟ ଦେଇଛନ୍ତି, ଯାହା ଖୁବ୍ ମଜାକିଆ ହୋଇଛି। ଫିଲ୍ମ ନିର୍ମାତା ଅପୂର୍ବ ଲାଖିଆ ଲେଖିଛନ୍ତି, ‘ସାର୍, ଯଦି ମହାନାୟକ ଅମିତାଭ ବଚ୍ଚନଙ୍କ ପରେ କୌଣସି ବ୍ୟକ୍ତିଙ୍କ ନାଁ ଆସିବ, ତାହେଲେ ସେ ଆପଣ ହେବେ। ଜବାବରେ ସିକନ୍ଦର ଲେଖିଲେ, ‘ସାର୍ ଆପଣ କ’ଣ ଚାହୁଁଛନ୍ତି କି ମୁଁ ପାଣିରେ ବୁଡ଼ିକି ମରିଯାଏ। ସେହିପରି ଅଙ୍ଗଦ ବେଦୀ ମଧ୍ୟ ତାଙ୍କର ପୋଷ୍ଟରେ ଅନେକ ହସଭରା ଇମୋଜୀ କମେଣ୍ଟ ଦେଇଛନ୍ତି। ଏହାଛଡ଼ା ଆଉ କିଛି ଲୋକେ ସିକନ୍ଦରଙ୍କ ଏହି ପୋଷ୍ଟରେ ମଜାକିଆ କମେଣ୍ଟ ଦେଇଛନ୍ତି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0