spot_img

ଭୁଟାନରେ ଦ୍ୱିତୀୟ ପର୍ଯ୍ୟାୟ ଇ-ରୂପେ କାର୍ଡର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ ମିଳିତ ଭାବେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଇ-ରୂପେ କାର୍ଡର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି, କୋଭିଡ-୧୯ ଭଳି ଜଟିଳ ସମୟରେ ଭାରତ ଭୁଟାନକୁ ସମ୍ପୂର୍ଣ୍ଣ ସହଯୋଗ କରୁଛି । ଭୁଟାନର ଆବଶ୍ୟକତାକୁ ସବୁବେଳେ ଭାରତ ପୂରଣ କରିବା ପାଇଁ ଚେଷ୍ଟା କରିଛି । ଦ୍ୱିତୀୟ ପର୍ଯ୍ୟାୟ ରୂପେ କାର୍ଡ ଶୁଭାରମ୍ଭ ହେବା ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଅଧିକ ଘନିଷ୍ଠ ହୋଇଛି । ଏହା ସହ ଇସ୍ରୋ ସହାୟତାରେ ଆସନ୍ତାବର୍ଷ ଭୁଟାନର ଉପଗ୍ରହ ମହାକାଶକୁ ପଠାଇବା କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଏଥିପାଇଁ ଭୁଟାନର ୪ଜଣ ମହାକାଶ ବିଜ୍ଞାନୀ ଡିସେମ୍ବର ମାସରେ ଇସ୍ରୋ ଗସ୍ତ କରିବେ । ଭୁଟାନ ପ୍ରଧାନମନ୍ତ୍ରୀ ଶ୍ରୀ ଶେରିଙ୍ଗ କୋଭିଡ ଉପରେ ବିଜୟ ହାସଲ କରିବ ବୋଲି ସେ ଦୃଢ ମତ ପୋଷଣ କରିଛନ୍ତି । ଶେଷରେ ସେ କହିଛନ୍ତି, କୋଭିଡ ପାଇଁ ଟିକା ବାହାର କରିବାରେ ଭାରତ ଅଗ୍ରଣୀ ଭୂମିକା ନେଉଥିବାରୁ ଏହା ସମସ୍ତଙ୍କ ମନରେ ଆଶା ସଞ୍ଚାର କରିଛି । ଟୀକା ଉତ୍ପାଦିତ ହେବା ପରେ ଭୂଟାନକୁ ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular