spot_img

ବିହାରରେ ଲଭ ଜିହାଦକୁ ନେଇ ଆଇନ ଆଣିବ ବିଜେପି

ପାଟନା: ପ୍ରଥମେ ମଧ୍ୟପ୍ରଦେଶରେ ଲଭ ଜିହାଦର ଆଇନ ପ୍ରଣୟନ ହେବା ପରେ ବର୍ତ୍ତମାନ ବିହାରରେ ମଧ୍ୟ ଏହି ଆଇନ ପ୍ରଣୟନ ହେବାକୁ ଯାଉଛି । ହରିୟାଣା, କର୍ଣ୍ଣାଟକ ପରେ ଏବେ ବିଜେପି ମେଣ୍ଟର ସରକାର ବିହାରରେ ବି ଲଭ ଜିହାଦକୁ ନେଇ ଆଇନ ଲାଗୁ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଅନୁରୋଧ କରିଛନ୍ତି । ଶ୍ରୀ ସିଂ ପାଟନାରେ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେବା ସମୟରେ କହିଛନ୍ତି ବିହାରରେ ଲଭ ଜିହାଦ ବିରୋଧରେ ଆଇନ ଆଣିବାକୁ ମୁଁ ସମର୍ଥନ କରୁଛି । ଏହା ସହ ଲଭ ଜିହାଦ କିଛି ଦେଶ ମାନଙ୍କରେ ଚିନ୍ତାର ବିଷୟ ପାଲଟିଛି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular