ନୂଆଦିଲ୍ଲୀ: ପ୍ରତିବର୍ଷ ନଭେମ୍ବର ୨୧ ତାରିଖ ଦିନ ବିଶ୍ୱ ମତ୍ସ୍ୟ ଦିବସ ପାଳିତ ହୋଇଥାଏ । ମତ୍ସ୍ୟପାଳନ, ପଶୁପାଳନ ଓ ଦସ୍ୱଜ୍ଞା ଉତ୍ପାଦନ ମନ୍ତ୍ରଣାଳୟ ଦ୍ୱାରା ଏନଏଏସିସି ପରିସର ମଧ୍ୟରେ ଏହି ଦିବସ ପାଳନ କରାଯାଇଛି । ପ୍ରଥମ ଥରପାଇଁ ୨୦୧୯-୨୦ ବର୍ଷ ଲାଗି ମତ୍ସ୍ୟପାଳନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ରାଜ୍ୟଗୁଡ଼ିକୁ ପୁରସ୍କୃତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ସେପ୍ଟେମ୍ବର ୧୦ ତାରିଖରେ ‘ପି.ଏମ୍. ମତ୍ସ୍ୟସମ୍ପଦା ଯୋଜନା’ର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ୨୦୨୦-୨୧ରୁ ୨୦୨୪-୨୫ ପର୍ୟ୍ୟନ୍ତ ଲାଗୁ ହେବ ଓ ଏ ବାବଦରେ ୨୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ଏହି ଯୋଜନା ଅନୁସାରେ ଦେଶରେ ମତ୍ସ୍ୟ ଉତ୍ପାଦନ ୨୨ ନିୟୁତ ମେଟ୍ରିକ୍ ଟନ୍କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ୫୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିପାରିବ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0