ବାଲିଗୁଡ଼ା : ପ୍ରାୟ ୩ କୋଟି ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ । ୩୭୫ ଏକର ରାଜସ୍ବ ଓ ଜଙ୍ଗଲ ଜମିରେ ପ୍ରାୟ ୩ କୋଟି ୭୫ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଚାଷ ହୋଇଥିଲା । ୨ ଦିନ ମଧ୍ୟରେ ଏସବୁ ଗଞ୍ଜେଇ ଗଛ କାଟିବା ପରେ ପୋଡି ଦେଇଛି ପୋଲିସ ।
କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ଦିନକୁ ଦିନ ବେଆଇନ ଗଞ୍ଜେଇ ଚାଷ ବୃଦ୍ଧି ପାଇବାରେ ଲାଗିଛି l ଗଞ୍ଜେଇ ଚାଷକୁ ସମୂଳେ ଧ୍ବଂସ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି l କ. ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅବକାରୀ ଏସ୍ଆଇ ନିରୁପମା ପ୍ରଧାନ, କ .ନୂଆଗାଁ ଥାନା ଏସ୍ଆଇ ପ୍ରକାଶ ଚନ୍ଦ୍ର ପ୍ରଧାନ, ଏସ୍ଆଇ ପ୍ରମୋଦ କୁମାର ବେହେରାଙ୍କ ସମେତ ପୋଲିସ ଫୋର୍ସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି ।
ଚଢାଉ ସମୟରେ ଭାରପ୍ରାପ୍ତ ମାଜିଷ୍ଟ୍ରେଟ ମନୋଜ କୁମାର ଦେବତାଙ୍କ ଉପସ୍ଥିତ ଥିଲେ । ସାଇନପଡା ଗ୍ରାମପଞ୍ଚାୟତର ଗୋଛାପଡା ଓ ଦାଉଁଗାଁରେ ଦୁଇ ଦିନ ମଧ୍ୟରେ ୩୭୫ ଏକର ରାଜସ୍ବ ଓ ଜଙ୍ଗଲ ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ କାଟିବା ପରେ ପୋଡି ନଷ୍ଟ କରାଯାଇଛି l ଏନେଇ ଥାନାରେ ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରାଯାଇଛି l ଏହି ଗଞ୍ଜେଇ କଟା ଅଭିଯାନରେ ପୋଲିସ ଓ ଅବକାରୀ ବିଭାଗ ଅଳ୍ପ କିଛି ଦିନ ମଧ୍ୟରେ ୮୨୦ ଏକର ସରକାରୀ ଜମିରୁ ୮୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରି ସାରିଲେଣି । ଆଗକୁ ବି ଏହି ଅଭିଯାନ ଚାଲିବ ବୋଲି କ.ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲ କହିଛନ୍ତି l



Visitors Today : 5
Total Visitors : 130174
Total Views : 9891621
Visitors Online Now : 0