spot_img

ମଶାଣିରେ ଝୁଲୁଛି ଶବ

ବାଲୁଗାଁ: ମଶାଣିରେ ଝୁଲୁଛି ଶବ । ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ମଶାଣିରେ । ମଣାଣିର ଏକ ତେନ୍ତୁଳି ଗଛରେ ଶବ ଝୁଲୁଥିବାର ଦେଖିବାକୁ ମିଳିଥିଲା । ମୃତକ ଜଣକ ଗ୍ରାମର ନାରାୟଣ ପ୍ରଧାନଙ୍କ ୧୩ ବର୍ଷର ପୁଅ ପିଣ୍ଟୁ ପ୍ରଧାନ । ଗତକାଲି ଅପରାହ୍ନରେ ଶୌଚ ପାଇଁ ଘରୁ ବାହାରି ଆଉ ଘରକୁ ପେଂରି ନଥିଲେ । ପରେ ବିଳମ୍ବିତ ରାତିରେ ପିଣ୍ଟୁର ମୃତ ହେବ ମଶାଣିରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ । ସକାଳୁ ସାଇଣ୍ଟଫିକ୍ ଟିମ୍ ଦ୍ୱାରା ତଦନ୍ତ ପରେ ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏହା ହତ୍ୟା ନା’ ଆତôହତ୍ୟା ଏହାର କାରଣ ଅସ୍ପଷ୍ଟ ରହିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular