ନୂଆଦିଲ୍ଲୀ: ଆସନ୍ତା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଖେଳିବାକୁ ଯାଉଥିବା ଭାରତୀୟ କ୍ରିକେଟ ଦଳ ସମସ୍ତ ୩ ଫର୍ମାଟରେ ବିଜୟୀ ହେବାର ସୁଯୋଗ ରହିଛି ବୋଲି ପୂର୍ବାନୁମାନ କରିଛନ୍ତି ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ । ଭାରତ ଶେଷଥର ପାଇଁ ୨୦୧୮-୧୯ ଅଷ୍ଟ୍ରେଲିଆ ଗସ୍ତରେ ଅପରାଜିତ ରହିଥିଲା । ୭୧ ବର୍ଷ ଏବଂ ଦ୍ୱାଦଶ ପ୍ରୟାସରେ ପ୍ରଥମଥର ପାଇଁ ଟେଷ୍ଟ ଶୃଙ୍ଖଳାରେ ୨-୧ରେ ଜିତି ଐତିହାସିକ ସଫଳତା ପାଇଥିଲା । ବିରାଟ କୋହଲିଙ୍କ ଦଳ ମଧ୍ୟ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତି ଟି-୨୦କୁ ୧-୧ରେ ଅମୀମାଂସିତ ରଖିଥିଲା । ଅନ୍ୟପଟେ ଦଳ ଚୟନକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ଲକ୍ଷ୍ମଣ । ଏହା ସହ ବିରାଟ କୋହଲି ଟେଷ୍ଟ ଶୃଙ୍ଖଳାରୁ ଅଧାରୁ ଫେରି ଆସିବା ପରେ ତାଙ୍କ ବିକଳ୍ପ ରୋହିତ ଶର୍ମାଙ୍କୁ ନେଇ ମଧ୍ୟ ସନ୍ତୋଷ ପ୍ରକାଶ କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0