ଭୁବନେଶ୍ୱର: ରାଜ୍ୟରେ ବେକାରୀ ସମସ୍ୟାକୁ ନେଇ ବିଧାନସଭାରେ ଉଠିଲା ପ୍ରସଙ୍ଗ । ଅକ୍ଟୋବର ମାସ ସୁଦ୍ଧା ରାଜ୍ୟରେ ୮ ଲକ୍ଷ ୯୬ହଜାର ୮୩୮ ଜଣ ପଂଜିକୃତ ବେକାର ଥିବା ଜଣାପଡ଼ିଛି । ଏନେଇ ଗୃହରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ବିକାଶ ଓ ବୌଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ । ସେହିପରି ୬ବର୍ଷ ଭିତରେ ୧୩ ଲକ୍ଷ ୬୬ ହଜାର ୧୬୬ ଜଣ ଯୁବକ ଓ ଯୁବତି ଙ୍କୁ ତାଲିମ ପ୍ରଦାନ କରାଯାଇଛି । ଅନ୍ୟପଟେ ବିଧାନସଭାରେ ସ୍କୁଲ ବନ୍ଦ ନେଇ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ସ୍କୁଲ ମିଶ୍ରଣ ପ୍ରସଙ୍ଗରେ କେନ୍ଦ୍ର ଉପରେ ଦୋଷ ଲଦିଛନ୍ତି ବିଜେଡ଼ି ବିଧାୟକ ପ୍ରତାପ ଦେବ । ଉଦେଶ୍ୟ ମୁଳକ ଭାବେ କୌଣସି ସ୍କୁଲକୁ ବନ୍ଦ କରାଯାଉନାହିଁ ବୋଲି ପ୍ରତାପ ଦେବ କହିଛନ୍ତି । ସେହିପରି ସରକାରୀ ଦଳରେ ମୁଖ୍ୟ ସଚେତକ କହିଛନ୍ତି , ବିଭିନ୍ନ ସ୍ଥାନରେ ୮ଟି ପିଲାରେ ଦୁଇ ଜଣ ଶିକ୍ଷକ ରହୁଛନ୍ତି । ସେପଟେ ବିରୋଧି ଦଳର ଉପନେତା ସ୍କୁଲ ବନ୍ଦକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି । ସାଢେ ୧୧ ହଜାର ସ୍କୁଲ ବନ୍ଦ ହେଲେ ଭବିଷ୍ୟତରେ ଏହା ଆତôଘାତୀ ହେବ ବୋଲି ସେ କହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0