ନୂଆଦିଲ୍ଲୀ: ଚଳିତ ବର୍ଷ ଏୟାରଟେଲ ଦିଲ୍ଲୀହାଫ ମାରାଥନରେ ବିଶ୍ୱରେକର୍ଡ କରିଥିବା ବି୍ରଗିଡ କୋସଗେଇ ଏବଂ ଆବାବେଲ ୟେଶାନେ ଅଂଶଗ୍ରହଣ କରିବେ । ଏନେଇ ଆୟୋଜକଙ୍କ ତରଫରୁ ସ୍ପଷ୍ଟ କରାଯାଇଛି । ତେବେ ଏହି ଇଭେଣ୍ଟଟି ୱାଲଡ ଆଥଲେଟିକ ଗୋଲ୍ଡ ଲେବଲ ରେସ କାଉଣ୍ଟ ଡାଉନର ଏକ ଅଂଶବିଶେଷ ଅଟେ । ଅନ୍ୟପଟେ ବିଶ୍ୱବ୍ୟାପୀ ଆମେଚର ଦୌଡାଳିମାନେ ନୂଆ ଏୟାରଟେଲ ଦିଲ୍ଲୀ ହାଫ ମାରାଥନ ମୋବାଇଲ ଆପ ଜରିଆରେ ଇଭେଣ୍ଟରେ ଅଂଶଗ୍ରହଣ କରିପାରିବେ । ତେବେ ଏହାକୁ ନେଇ କ୍ରୀଡା ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ରାଜଧାନୀ ସହରରେ ଅନୁଷ୍ଠିତ ହେବାକୁଥିବା ଇଭେଣ୍ଟରେ ବିଶ୍ୱର ଶ୍ରେଷ୍ଠ ଆଥଲେଟମାନେ ଅଂଶଗ୍ରହଣ କରୁଥିବାରୁ ଆମ ପାଇଁ ଗର୍ବର ବିଷୟ । ଅନ୍ୟପଟେ ଏହାର ବ୍ରାଣ୍ଡ ଆମ୍ବାସଡାର ଅଭିନବ ବିନ୍ଦ୍ରା ଅଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0