ବଲାଙ୍ଗୀର : ବଲାଙ୍ଗୀରରେ ନାବାଳିକାକୁ ପୋଡିÿ ହତ୍ୟା ଉଦ୍ୟମ । ବେଲପଡ଼ା ଥାନା ଅର୍ନ୍ତର୍ଗତ ଡ଼େବ୍ରିପାଲି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଘର ଭିତରୁ ଅର୍ଦ୍ଧଦଗ୍ଧ ଓ ଗୁରୁତ୍ୱର ଅବସ୍ଥାରେ ଜଣେ ନାବାଳିକାକୁ ଉଦ୍ଧାର କରାଯାଇଛି । ପଡ଼ୋଶୀ ଉକ୍ତ ନାବାଳିକାର ଚିକôାର ଶୁଣି ଉଦ୍ଧାର କରିଛନ୍ତି । ନାବାଳିକାକୁ ବଲାଙ୍ଗୀରର ଭୀମଭୋଇ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ତେବେ ନାବାଳିକାଙ୍କ ବାପା କିରୋସିନି ଢାଳି ପୋଡ଼ି ଦେଇଥିବାର ଅଭିଯୋଗ ଆଣିଛନ୍ତି ନାବାଳିକାଙ୍କ ମାମୁଁ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0