ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା କଳାକାର ଆଶିଷ ରାୟ ଆଉ ନାହାନ୍ତି । କିଡ଼ନୀ ଜନିତ ସମସ୍ୟା ଯୋଗୁଁ ଦୀର୍ଘ ୬ମାସ ଧରି ଏକ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ତେବେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୫ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ବନ୍ଧୁ ସୂରଜ ଥାପ ସୂଚନା ଦେଇଛନ୍ତି । ଆଶିଷ ଅନେକ ଟିଭି ସିରିୟଲରେ ଅଭିନୟ କରିଛନ୍ତି । ‘ସସୁରାଲ ସିମର କା’ ସିରିୟଲରେ ଆଶିଷଙ୍କ ଅଭିନୟକୁ ଖୁବ ପ୍ରଶଂସା ମିଳିଥିଲା । ଏହାବ୍ୟତୀତ ସେ ବନେଗୀ ଅପନି ବାତ’ ‘କୁଛ ରଙ୍ଗ ପ୍ୟାର କେ, ଜିନ୍ନି ଓ ଜୁଜୁ ଭଳି ଅନେକ ସିରିୟଲ ଜରିଆରେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତେବେ ତାଙ୍କର ବିୟଗରେ ପୁରା ବଲିଉଡ଼ ଓ ଟିଭି ଇଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0