spot_img

ସ୍ୱଚ୍ଛ ଓଡ଼ିଶା ସ୍ୱଚ୍ଛ ସହର; ବ୍ୟାଟେରୀ ଚାଳିତ ଗାଡ଼ିରେ ସ୍ୱଚ୍ଛତା କାର୍ଯ୍ୟ କରୁଛନ୍ତି ମହିଳା

ବ୍ୟାସନଗର: ସ୍ୱଚ୍ଛତା ଦିଗରେ ଏବେ ମହିଳା ମାନେ ମଧ୍ୟ ଆଗଭର ହୋଇଗଲେଣି । ସ୍ୱଚ୍ଛ ଓଡ଼ିଶା, ସ୍ୱଚ୍ଛ ସହର ପରିମଳ ବ୍ୟବସ୍ଥାରେ ଯାଜପୁର ଜିଲ୍ଲାର ବ୍ୟାସନଗରର ମହିଳାମାନେ ମୁଖ୍ୟ ଭୁମିକା ଗ୍ରହଣ କରିଛନ୍ତି । ପୌରପରିଷଦ ସହର ପରିମଳ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ଆରମ୍ଭ କରିଛି ଏକ ଅଭିନବ ପ୍ରୟାସ । ପ୍ରଥମେ ସହରରେ ଅଳିଆ ଆବର୍ଜନା ଉଠାଇବା ପାଇଁ ଗଡ଼ିଛି ବ୍ୟାଟେରୀ ଚାଳିତ ଗାଡ଼ି । ଆଉ ଏହି ଆବର୍ଜନା ଉଠାଇବା ଗାଡ଼ିକୁ ଚଳାଉଛନ୍ତି ମହିଳା । ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ମହିଳାମାନଙ୍କୁ ଚୟନ କରାଯାଇ ପ୍ରଥମେ ପ୍ରଶିକ୍ଷଣ ଦିଆଯାଇଥିଲା । ପରେ ସେମାନଙ୍କୁ ସେଥିରେ ନିଯୁକ୍ତି ଦିଆଯାଇଛି । ସବୁଦିନ ସକାଳୁ ପ୍ରଶିକ୍ଷଣ ମହିଳା ମାନେ ବ୍ୟାଟେରୀ ଚାଳିତ ଗାଡ଼ି ନେଇ ବିଭିନ୍ନ ୱାର୍ଡ଼କୁ ଯାଇ ଘର ଘର ବୁଲି ଅଳିଆ ଆବର୍ଜନା ସଂଗ୍ରହ କରୁଛନ୍ତି । ଓଦା ଓ ଶୁଖିଲା ଆବର୍ଜନା ସଂଗ୍ରହ ପାଇଁ ଗାଡ଼ିରେ ଅଲଗା ଅଲଗା ବ୍ୟବସ୍ଥା ରହିଛି । ମୋଟ ୨୧ଟି ବ୍ୟାଟେରୀ ଚାଳିତ ଗାଡ଼ିକୁ ଆବର୍ଜନା ସଂଗ୍ରହ କାର୍ଯ୍ୟରେ ନିୟୋଜିତ କରାଯାଇଛି । ଗାଡ଼ି ଚାଳକଙ୍କ ସହ ସ୍ୱଚ୍ଛ ସାଥୀର ଜଣେ ସଦସ୍ୟ ଲୋକଙ୍କୁ ସଚେତନ ମଧ୍ୟ କରୁଛନ୍ତି । କାର୍ଯ୍ୟରତ ମହିଳା ମାନେ ନିଜକୁ ନିଜେ ସ୍ୱବଲମ୍ବୀ ହୋଇପାରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି । ସହରରୁ ଦୁର୍ଗନ୍ଧମୟ ପ୍ରଦୂଷଣ କମୁଥିବାରୁ , ପୌରପ୍ରଶାସନର ଏଭଳି ପଦକ୍ଷେପକୁ ସହରବାସୀ ସ୍ୱାଗତ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular