spot_img

ଗିରଫ ହେଲେ କୋଟିପତି ଗଣିତ ସାର 

ଭୁବନେଶ୍ୱର: ଗିରଫ ହେଲେ କୋଟିପତି ଗଣିତ ସାର । ଘରୋଇ କଲେଜର ଅଧ୍ୟାପକ ପ୍ରଶାନ୍ତ ମିଶ୍ରଙ୍କୁ ଗିରଫ କରାଯାଇଛି । ତାଙ୍କର ମୋଟ ସଂପତି ହେଉଛି ୨ କୋଟି ୧୯ ଲକ୍ଷ । ଆୟ ବର୍ହିଭୁତ ସଂପତି ହେଉଛି ୧ କୋଟି ୮୮ ଲକ୍ଷ  ଟଙ୍କା, ଯାହା ହେଉଛି ୨୫୪ ପ୍ରତିଶତ ଅଧିକ । ଆୟ ବହିଭୂତ ସଂପତି ଠୁଳ ଅଭିଯୋଗରେ ଗତକାଲି ପ୍ରଶାନ୍ତ ମିଶ୍ରଙ୍କ ଭୁବନେଶ୍ୱର ସମେତ ୪ଟି ଜାଗାରେ ହୋଇଥିଲା ରେଡ୍ । ଖାତା ଦେଖା ନାଁରେ ଓ ଆଡ଼ମିସନ ପାଇଁ ଟଙ୍କା ନେଉଥିବା ସନ୍ଦେହ କରାଯାଉଛି । ତେବେ ଏହି ଘଟଣାରେ ଆଜି ଗଣିତ ଶିକ୍ଷକଙ୍କୁ ଗିରଫ କରାଯାଇଛି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular