spot_img

ଆହ୍ଲାବାଦ ହାଇକୋର୍ଟର ବଡ ନିଷ୍ପତି

ଆହ୍ଲାବାଦ: ସାବାଳକ ଧର୍ମ-ବର୍ଣ୍ଣ ନିର୍ବିଶେଷରେ ପସନ୍ଦ କରିପାରିବେ ଜୀବନ ସାଥୀ ବୋଲି ଆହ୍ଲାବାଦ ହାଇାକୋର୍ଟ ଏକ ବଡ ରାୟ ଦେଇଛନ୍ତି । ଦୁଇ ଭିନ୍ନ ଭିନ୍ନ ଧର୍ମର ସାବାଳକ ବିବାହ ପାଇଁ ମଧ୍ୟ ଧର୍ମ ପରିବର୍ତ୍ତନ କରିପାରିବେ । ଏହା ସେମାନଙ୍କର ଅଧିକାର ବୋଲି କୋର୍ଟ କହିଛନ୍ତି । ସୂଚନା ଅନୁସାରେ, କୁଶୀନଗରର ବିଷ୍ଣୁପୁରାରେ ବାସ କରୁଥିବା ସଲାମତ ଅନସାରୀଙ୍କୁ ପ୍ରିୟଙ୍କା ଖରବାର ନାମକ ଜଣେ ସାବାଳିକା ୨୦୧୯ ଅଗଷ୍ଟ ୧୯ରେ ବିବାହ କରିବା ପରେ ଧର୍ମ ପରିବର୍ତ୍ତନ କରି ଆଲିଆ ହୋଇଥିଲେ । ଏନେଇ ପ୍ରିୟଙ୍କାଙ୍କ ପିତା ବିଷ୍ଣୁପୁରା ଥାନାରେ ଏକ ଅପହରଣ ମାମଲା ଦାଏର କରିଥିଲେ । ଏହା ବିରୋଧରେ ସଲାମତ ଏବଂ ଅନ୍ୟ ୨ ଜଣ ମାମଲା ଖାରଜ କରିବା ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଏହାର ଶୁଣାଣି କରି କୋର୍ଟ ରାୟ ଦେଇଛନ୍ତି, ସାବାଳକଙ୍କ ନିଜ ପସନ୍ଦର ବିବାହରେ ପରିବାର ସଦସ୍ୟ ଅବା ଅନ୍ୟ କେହି ହସ୍ତକ୍ଷେପ କରିପାରିବେ ନାହିଁ । କୋର୍ଟ ବିଚାର ବେଳେ କୌଣସି ଧର୍ମକୁ ଦେଖେ ନାହିଁ । କୋର୍ଟ କେବଳ ସାମ୍ବିଧାନିକ ବ୍ୟବସ୍ଥା ଆଧାରରେ ବିଚାର କରିଥାଏ ବୋଲି ଖଣ୍ଡପୀଠ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular