ନୟାଗଡ଼ : ନୟାଗଡ଼ା ଶରଣକୁଳ ହାଇସ୍କୁଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ହାଇଓ୍ବା ଧକ୍କାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ରାସ୍ତାରେ ଚାଲି ଚାଲି ଯିବା ବେଳେ ପଛରୁ ୬ ଜଣଙ୍କୁ ହାଇଓ୍ବା ଧକ୍କା ଦେଇଥିଲା।
ଦୁର୍ଘଟଣା ଘଟଣା ପରେ ହାଇଓ୍ବା ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ ଏବଂ ୨ ମହିଳା ଓ ଜଣେ ଶିଶୁ ରହିଛି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ୍ ଏବଂ ଲୋକମାନେ ରୁଣ୍ଡ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0