ରବିବାର ସକାଳେ ଦିଲ୍ଲୀ ଏନସିଆର ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ମୌସୁମୀ ବର୍ଷା ପାଇଁ ଗରମରୁ ଆସ୍ୱସ୍ତି ମିଳିଥିଲେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଜଳ ମଗ୍ନ ହୋଇଯାଇଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଦିଲ୍ଲୀ ଏବଂ ଆଖପାଖ ରାଜ୍ୟ ପଞ୍ଜାବ ଓ ହରିୟାଣାରେ ରବିବାରଠାରୁ ୩ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମୌସୁମୀ ଉତ୍ତର ଆଡକୁ ଗତି କରିବା ସହିତ ଆଗାମୀ ୩-୪ ଦିନ ପର୍ଯ୍ୟନ୍ତ ସ୍ଥିର ରହିବ । ଜୁଲାଇ ୧୯ ରୁ ୨୧ ତାରିଖ ଭିତରେ ଦିଲ୍ଲିୀ, ହରିୟାଣା, ପଞ୍ଜାବରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0