୨୨ ଜୁଲାଇରେ, ଆମେରିକା ଚାମ୍ବର୍ସ ଅଫ୍ କମର୍ସ ଓ ୟୁଏସଆଇବିସି ତରଫରୁ ‘ଇଣ୍ଡିଆ ଆଇଡିୟାଜ ସମିଟ-୨୦୨୦’ ଅନୁଷ୍ଠିତ ହେବାକୁ ଯାଉଅଛି । ଭାରତ ଓ ଆମେରିକା ଦୁଇଦେଶ କରୋନା କବଳରୁ ବାହାରି ଅର୍ଥନୈତିକ ସ୍ଥିତି କିପରି ସୁଦୃଢ କରିପାରିବେ ସେ ନେଇ ହେବ ଦ୍ୱିପାକ୍ଷିକ ଆଲୋଚନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଶିଖର ସମ୍ମିଳନୀରେ ସମ୍ବୋଧିତ କରିବାକୁ ଯାଉଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ,ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓ, ଆମେରିକା ଚେମ୍ବରସ୍ ଆଫ୍ କମର୍ସର ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟକାରୀ ଟାମ୍ପ ଡୋନୋହ, ଭାରତର ବେଦଶ ମନ୍ତ୍ରୀ ଏସ୍.ଜୟଶଙ୍କର, ଓର୍ଜିନିୟାର ସିନେଟର ମାର୍କ ୱାନର ଏବଂ ଅନେକ ମାନ୍ୟଗଣ୍ୟ ସଦସ୍ୟ ଏହି ସମ୍ମିଳନୀରେ ଯୋଗଦେବେ । ଭିଡିଓ କନଫରେନସ୍ ରେ ଏହି ସମ୍ମିଳନୀ ସକାଳ ୮.୩୦ ରୁ ରାତି ୧ପର୍ଯ୍ୟନ୍ତ ଚାଲିବା ନେଇ ୟୁଏସଆଇବିସି ପକ୍ଷରୁ ସୂଚନା ।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0