ନୂଆଦିଲ୍ଲୀ: ଆଜି ଠାରୁ ଆରମ୍ଭ ହୋଇଛି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଏକଦିବସୀୟ ମ୍ୟାଚ । ଅଷ୍ଟ୍ରେଲିଆ ପାଇଁ ଚୟନ କରାଯାଇଥିବା ଖେଳାଳି ତାଲିକାରେ ରୋହିତଙ୍କ ନାମ ନଥିବାରୁ ପ୍ରଶଂସକଙ୍କୁ ଝଟକା ଲାଗିଥିଲା । ଅନ୍ୟପଟେ ରୋହିତ ଶର୍ମାଙ୍କୁ ନେଇ ବୟାନବାଜି ଜାରି ରହିଛି ।

ଏହାର ପ୍ରତିକ୍ରିୟା ରଖି ପୂର୍ବ ଭାରତୀୟ ଦଳର ଦ୍ରୁତ ବୋଲର ଆଶିଷ ନେହେରା କହିଛନ୍ତି, ସମସ୍ତଙ୍କ ଭଳି ମୁଁ ବି ଆଶ୍ଚର୍ଯ୍ୟ । ଏହି କଥା ନିରଶଜନକ । ଏଥିରୁ ଦଳର ସଦସ୍ୟମାନଙ୍କ ମଧ୍ୟରେ ମନୋମାଳିନ୍ୟ ସ୍ପଷ୍ଟ ହେଉଛି । ବିଶେଷକରି ଅଧିନାୟକ-ଉପଅଧିନାୟକଙ୍କ ମଧ୍ୟରେ କଥାବାର୍ତ୍ତା ହେଉନାହିଁ । ଆଜିକାଲିର ସମୟରେ ଏଭଳି କହିବା ଠିକ ନୁହେଁ । ଆପଣଙ୍କ ପାଇଁ ବହୁତ ପ୍ରଣାଳୀ ଉପଲବ୍ଧ ରହିଛି । ଏହି ସମ୍ବନ୍ଧରେ ବ୍ୟକ୍ତିଙ୍କୁ ସୂଚନା ଦିଆଯିବା କଥା । ଚୟନକର୍ତ୍ତା କରିବା ଉଚିତ ଥିଲା । ଏହା ଦ୍ୱାରା ସବୁକିଛିର ସମାଧାନ ହୋଇପାରିଥାନ୍ତା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0