spot_img

ମେଡିକାଲ ପରିସରରେ ବୃକ୍ଷ ରୋପଣ

କୋଣାର୍କ : କୋଣାର୍କ ନିକଟସ୍ତ ବାଲିଦୋକାନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପବିତ୍ର କାର୍ତ୍ତିକମାସ ପଞ୍ଚକ ଅବସରରେ ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜିକକର୍ମୀ ତଥା ବୃକ୍ଷପ୍ରେମୀ ଜ୍ଞାନ ରଞ୍ଜନ ବିଶ୍ବାଳଙ୍କ ସହଯୋଗ କ୍ରମେ ମେଡିକାଲ ପରିସରରେ ଥିବା ଖାଲି ସ୍ଥାନରେ ବ୍ୟାପକ ଔଷଧୀୟ ବୃକ୍ଷ ରୋପଣ କରା ଯାଇଥିଲା। ମୁଖ୍ୟଅତିଥି ଭାବେ ବାଲିଦୋକାନ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡ଼ଃ ରାକେଶ ରଞ୍ଜନ ସେଠୀ ଯୋଗ ଦେଇ ବୃକ୍ଷ ରୋପଣ କାର୍ୟ୍ୟ ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମେଡିକାଲର ଫାର୍ମାସିଷ୍ଟ ଶ୍ରୀମତୀ ସ୍ୱାଗତିକା ମିଶ୍ର, ଲାବ ଟେକ୍ନିସିଆନ ସୁକାନ୍ତ ସେନାପତି, ଆଟେଣ୍ଡାଣ୍ଡ ଅଚ୍ୟୁତାନନ୍ଦ ବାରିକ, ପୂର୍ଣ୍ଣଚନ୍ଦ୍ର ମହାରଣା, ଟୁକୁନା ମହାରଣା, ସୌମ୍ୟଜିତ ବିଶ୍ୱାଳ ଓ ଆୟୁଷ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ମେଡିକାଲ ପରିସରରେ ଅଁଳା, ବେଲ, ବାହାଡ଼ା, ସୁନାରୀ, ଗିରିଙ୍ଗା ଆଦି ଔଷଧୀୟ ବୃକ୍ଷ ରୋପଣ କରିଥିଲେ। ମେଡିକାଲର ପରିବେଶ ସୁରକ୍ଷା, ସୌନ୍ଦର୍ୟ୍ୟ ଓ ଆସୁଥିବା ରୋଗୀ ଓ ଆତ୍ମୀୟ ମାନଙ୍କୁ ଛାୟା, ଫଳ ଓ ପୁଷ୍ପ ପ୍ରଦାନ ନିମନ୍ତେ ଏହି ବୃକ୍ଷ ରୋପଣର ମୁଖ୍ୟ ଉଦେଶ୍ୟ ବୋଲି ପରିବେଶପ୍ରେମୀ ଶ୍ରୀ ଜ୍ଞାନ ବିଶ୍ୱାଳ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular