spot_img

ଦିନ ଦି’ପହରରେ ଭୁଜାଲିରେ ହାଣି ଲୁଟ

ମୟୁରଭଞ୍ଜ: ମୟୁରଭଞ୍ଜର ବେତନଟି ବଜାରରେ ଘଟିଛି ଏହି ଘଟଣା । ଦୁର୍ବୁତ୍ତଦିନ ଦି’ପହରରେ ଭୁଜାଲିରେ ହାଣି ଲୁଟି ନେଲେ ୩ ଲକ୍ଷରୁ ଅଧିକ ଟଙ୍କା। ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଅଞ୍ଚଳର ଗୋପୀନାଥ ବେହେରା ବେତନଟୀ ବଜାରରେ ହଲସେଲ୍ ସାମଗ୍ରୀ ଦୋକାନ ଦେଇଛନ୍ତି। ଆଜି ଶ୍ରୀ ବେହେରା ସେହି ଦୋକାନ ଗୁଡ଼ିକଠାରୁ ଟଙ୍କା ଆଦାୟ କରୁଥିଲେ। ଏହି ସମୟରେ ତିନି ଜଣ ଯୁବକ ଏକ କଳା ପଲ୍ସର ବାଇକରେ ଆସି ବ୍ୟବସାୟଙ୍କୁ ଆକ୍ରମଣ କରି ଟଙ୍କା ବ୍ୟାଗ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ମାତ୍ର ସେ ଟଙ୍କା ବ୍ୟାଗ ନଦେବାରୁ ଦୁର୍ବୃତ୍ତମାନେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ପରେ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୋପିନାଥ ବେହେରା ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ହାତର ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ପ୍ରଥମେ ବେତନଟୀ ଡାକ୍ତରଖାନାର ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି

LEAVE A REPLY

Please enter your comment!
Please enter your name here

- Advertisment -

Most Popular