ସିଡନୀ: ଆଜି ଠାରୁ ଆରମ୍ଭ ହୋଇଛି ଭାରତ-ଅଷ୍ଟ୍ରେଲିଆ ସିରିଜର ପ୍ରଥମ ଏକଦିବଦୀୟ ମ୍ୟାଚ । ଆଜିର ଦିନରେ ୬ ବର୍ଷ ପୂର୍ବେ ପ୍ରସିଦ୍ଧ ବ୍ୟାଟ୍ସମ୍ୟାନ ଫିଲ ହ୍ୟୁଜ ଜୀବନର ଯୁଦ୍ଧରେ ହାରି ଯାଇଥିଲେ । ୨୦୧୪ ଡିସେମ୍ବର ୨୭ରେ ଏହି ଅଷ୍ଟ୍ରେଲୀୟ କ୍ରିକେଟରଙ୍କ ଅକାଳ ମୃତ୍ୟୁରେ ସମଗ୍ର କ୍ରିକେଟ ଜଗତ ଶୋକରେ ବୁଡି ଯାଇଥିଲା । ସିଡନୀରେ ଖେଳାଯାଉଥିବା ଏକ ଘରୋଇ ମ୍ୟାଚ ସମୟରେ ଆହତ ହୋଇଥିବା ହ୍ୟୁଜ ତାଙ୍କର ୨୬ତମ ଜନ୍ମଦିନର ତିନି ଦିନ ପୂର୍ବରୁ ଦୁନିଆରୁ ବିଦାୟ ନେଇଥିଲେ ।

ତେବେ ଶେଫିଲ୍ଟ ସିଲ୍ଡ ଟ୍ରଫି ମ୍ୟାଚରେ ଦକ୍ଷିଣ ଅଷ୍ଟ୍ରେଲିଆ ପାଇଁ ଖେଳୁଥିବା ଫିଲ ହ୍ୟୁଜ ନଭେମ୍ବର ୧୫ରେ ନୁ୍ୟ ସାଉଥ ୱେଲର ଦ୍ରୁତ ବୋଲର ସଚିନ ଆବଟ୍ଟଙ୍କ ବାଉନ୍ସରକୁ ହୁକ କରିବାକୁ ଉଦ୍ୟମ କରି ଗୁରୁତର ଆହତ ହୋଇଥିଲେ । ବଲଟି ହେଲମେଟର ତଳ ଭାଗରେ ତାଙ୍କ ମୁଣ୍ଡକୁ ବାଜିଥିଲା । ତେବେ ବଲ ବାଜିବାର କିଛି କ୍ଷଣି ପରେ ସେ ଚେତାଶୂନ୍ୟ ହୋଇ ପଡିଥିଲେ । ତାଙ୍କୁ କୋମା ଅବସ୍ଥାରେ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ସେ ମୃତ୍ୟୁ ବରଣ କରିଥିଲେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0