spot_img

ପ୍ରଥମ ମ୍ୟାଚରୁ ହିଁ ହାରର ସାମ୍ନା କରିଛି ଭାରତ

ସିଡନୀ: ୭୬ ରନରେ ଭାରତକୁ ହରାଇଲା ଅଷ୍ଟ୍ରେଲିଆ । ହାର୍ଦ୍ଧିକ ପାଣ୍ଡ୍ୟା ଓ ଶିଖର ଧାୱନଙ୍କ ଚମକ୍ରାର ପଦର୍ଶନ ଫଳରେ ଦଳ ୩୦୮ ରନ ହାସଲ କରିପାରିଛି । ଉଭୟଙ୍କୁ ଛାଡି ଅନ୍ୟମାନଙ୍କ ବ୍ୟାଟିଂର ଯାଦୁ ଦେଖିବାକୁ ମିଳିନଥିଲା । ଫଳରେ ଭାରତ- ଅଷ୍ଟ୍ରେଲିଆ ସିରିଜର ପ୍ରଥମ ମ୍ୟାଚରେ ହିଁ ହାରର ସାମ୍ନା କରିଛି ଭାରତ । ଆଜି ଠାରୁ ଆରମ୍ଭ ହୋଇଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏକଦିବସୀୟ ସିରିଜ । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା ଘରୋଇ ଦଳ ଅଷ୍ଟ୍ରେଲିଆ । ତେବେ କ୍ୟାପଟେନ ଅରୋନ ଫିଞ୍ଚ ଏବଂ ଷ୍ଟିଭ ସ୍ମିତଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ୩୭୫ ରନର ଏକ ବିଶାଳ ସ୍କୋର କରିପାରିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular