ଦେଓଗାଁ: ଅବହେଳିତ ଅବସ୍ଥାରେ ରହିଛି ଦେଓଗାଁ ମିନି ଷ୍ଟାଡିୟମ । ଷ୍ଟାଡ଼ିୟମକୁ ୧୧ବର୍ଷ ବିତି ଯାଇଛି, ତଥାପି ଏହା ଆଜି ପର୍ୟ୍ୟନ୍ତ କାର୍ୟ୍ୟକ୍ଷମ ହୋଇପାରିନାହିଁ । ଦେଓଗାଁରେ ରହିଛି ଦୁଇ ଦୁଇଟି ଖେଳପଡ଼ିଆ। ହେଳେ ଅଞ୍ଚଳର କ୍ରିଡ଼ାରେ ସେତେଟା ବିକାଶ ହୋଇଥିବା ପରିଲକ୍ଷିତ ହେଉ ନାହିଁ। ଦେଓଗାଁ ବାଳିକା ଉଚ୍ଚ ବିଦ୍ୟାଳୟର ପଛ ପଟେ ଥିବା ନେହେରୁ ଖେଳ ପଡ଼ିଆରେ ବର୍ତ୍ତମାନ ସମସ୍ତେ କ୍ରୀଡ଼ାର ଅଭ୍ୟାସ କରୁଛନ୍ତି । ଏଠାକାର ଯୁବପିଢ଼ି ବିଭିନ୍ନ ସମୟରେ ପୁଲିସ ଓ ସେନା ବାହିନୀରେ ଯୋଗ ଦେବା ପାଇଁ ଏହି ପଡ଼ିଆରେ ଅଭ୍ୟାସ କରିଥାନ୍ତି। ହେଲେ ଏହି ପଡ଼ିଆଟି ଉପଯୁକ୍ତ ନ ଥିବାରୁ ଅସନ୍ତୋଷ ଅନେକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଖେଳ ପଡ଼ିଆଟି ବ୍ୟକ୍ତିଗତ ମାଲିକାନାରେ ଥିବା ଯୋଗୁଁ ପଡ଼ିଆର ଉନ୍ନତି ପାଇଁ ସରକାରୀ ଅନୁଦାନ ଖର୍ଚ୍ଚ କରାଯାଇ ପାରୁନି। ଦେଓଗାଁ କଲେଜ ପଛପଟେ ଏକ ମିନି ଷ୍ଟାଡ଼ିୟମ ନିର୍ମାଣ କରାଯାଇଛି। ସେଥିରେ ଲକ୍ଷ ଲକ୍ଷ ଟଙ୍କାର ଅନୁଦାର ଖର୍ଚ୍ଚ କରାଯାଇଛି। ହେଲେ ନିର୍ମାଣ ହେବା ଦିନରୁ ତାହା ଖେଳାଳି କିମ୍ବା ଜନସାଧାରଣଙ୍କ କାମରେ ଲାଗି ପାରି ନାହିଁ। ଆଜି ପର୍ୟ୍ୟନ୍ତ ଏହି ଷ୍ଟାଡ଼ିୟମ୍ରେ କୌଣସି ପ୍ରକାର ପ୍ରତିଯୋଗିତା ଆୟୋଜନ କରାଯାଇନାହିଁ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0