ମୁମ୍ୱାଇ: ପୁଣି ବଡ଼ପରଦାରେ ନିଜର ଜଲୱା ଦେଖାଇବେ ସାରା ଅଲ୍ଲି ଖାନ । ଫିଲ୍ମ ‘ଦ ଇମୋର୍ଟାଲ ଅଶ୍ୱଥାମା’ ରେ ବିକି କୌଶଲଙ୍କଅପୋଜିଟରେ ସେ ନଜର ଆସିବେ । ଏହି ଫିଲ୍ମର ନିଦେ୍ର୍ଦଶନା ଦେଇଛନ୍ତି ଆଦିତ୍ୟ ଧର । ଆଦିତ୍ୟ ପୂର୍ବରୁ ଫିଲ୍ମ ‘ଉରି ଦ ସର୍ଜିକାଲ ଷ୍ଟ୍ରାଇକ’ ରେ ନିଦେ୍ର୍ଦଶନା ଦେଇଛନ୍ତି । ତେବେ ଫିଲ୍ମକୁ ନେଇ ଜୋରସୋରେ ପ୍ରସ୍ତୁତି ଆରମ୍ଭ ହେବା ସହ ବିକି ମାର୍ଶଲ ଆର୍ଟସର ଟ୍ରେନିଂ ମଧ୍ୟ ନେଉଛନ୍ତି ।

ମୁମ୍ବାଇ ମିରର ରିପୋର୍ଟ ମୁତାବକ, ଏହି ଫିଲ୍ମର ଲିଡ ରୋଲ ପାଇଁ ସାରା ଅଲ୍ଲି ଖାନ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଅଛନ୍ତି। ତେଣୁ ଖୁବ୍ ଶୀଘ୍ର ସାରା ମଧ୍ୟ ଏହି ଫିଲ୍ମ ପାଇଁ ସାଇନ୍ କରିପାରନ୍ତି ବୋଲି ଶୁଣିବାକୁ ମିଳିଛି। ଫିଲ୍ମଟି ପୌରାଣିକ କଥା ବସ୍ତୁ ଉପରେ ଆଧାରିତ ହେବ। ଏହାର ଶୁଟିଂ ଭାରତ ସେମତ ଗ୍ରୀସ, ନ୍ୟୁଜିଲାଣ୍ଡ, ଜାପାନ ଏବଂ ନାମ୍ବିଆରେ ହେବ। ପ୍ରାୟ ୮୦ରୁ ୯୦ ଦିନ ମଧ୍ୟରେ ଫିଲ୍ମର ଶୁଟିଂ ଶେଷ ହେବ ବୋଲି ନିର୍ଦ୍ଦେଶକ ଆଦିତ୍ୟ ଧର କହିଛନ୍ତି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0