ମୁମ୍ବାଇ: ବିବାହବନ୍ଧନରେ ବାନ୍ଧି ହେଲେ ଟେଲି ଅଭିନେତା ଶାହିର ଶେଖ । ସେ ନିଜର ଗାର୍ଲଫ୍ରେଣ୍ଡ ରୂଚିକା କପରୁଙ୍କୁ ବିବାହ କରିଛନ୍ତି । କରୋନା ସଂକ୍ରମଣ ପାଇଁ ଉଭୟ କୋର୍ଟ ମ୍ୟାରେଜ କରିଛନ୍ତି । ତେବେ ୨୦୨୧ରେ ଦୁହେଁ ପାରମ୍ପରିକ ବିଧିରେ ପୁଣି ଥରେ ବିବାହ କରିବେ । ଶାହିର ସିରିୟଲ ମହାଭାରତରେ ଅର୍ଜୁନ ଭୂମିକାରେ ନଜର ଆସିଥିଲେ । ତେବେ ଶାହିରଙ୍କୁ ନିଜ ସମ୍ପୂର୍ଣ୍ଣ ଜୀବନ ବିତାଇବା ପାଇଁ ଏକ ସଠିକ୍ ସାଥି ମିଳିଛନ୍ତି ବୋଲି ସେ କହିଛନ୍ତି।
ରୂଚିକା କପୁର, ଏକତା କପୁରଙ୍କ ଫିଲ୍ମ ଟେଳିଭିଜନ୍ର ହେଡ ହୋଇଥିବା ବେଳେ ଶାହିର ଜଣେ ଟେଲିଭିଜନର ଲୋକପ୍ରିୟ କଳାକାର। ଲୋକପ୍ରିୟ ସିରିୟଲ ମହାଭାରତରେ ଅର୍ଜୁନ ଚରିତ୍ରରେ ଅନେକ ଭଲ ପାଇବା ସାଉଁଟିଥିବା ଶାହିର ରୂଚିକାଙ୍କର ଖୁବ୍ ତାରିଫ୍ କରିଛନ୍ତି। ରୁଚିକା ଓ ଶାହିର ଦୁହେଁ ଭଲ ସାଙ୍ଗ ଓ ପରେ ସ୍ୱାମୀ ସ୍ତ୍ରୀ ହୋଇଛନ୍ତି । ଏହା ତାଙ୍କ ସର୍ମ୍ପକର ସବୁଠାରୁ ଖାସ୍ କଥା ବୋଲି ଶାହିର କହିଛନ୍ତି। ସେହିପରି ଅନ୍ୟପକ୍ଷରେ ରୁଚିକାଙ୍କୁ ମଧ୍ୟ ଶାହିରଙ୍କର ଗୁଣ ତଥା ଆଚରଣ ଖୁବ ପସନ୍ଦ ଆସିଛି। ରୂଚିକା କହିଛନ୍ତି ଯେ ଆମେ ଭିନ୍ନ ଭିନ୍ନ ବ୍ୟାକଗ୍ରାଉଣ୍ଡର ହୋଇଥିଲେ ମଧ୍ୟ ଦୁହେଁ ଦୁହିଁଙ୍କ ପାଇଁ ଖୁବ୍ ସ୍ପେସିଆଲ୍।
ତେବେ ଦୁଇ ବର୍ଷ ପୂର୍ବେ ‘ଜଜମେଣ୍ଟାଲ ହେ କ୍ୟା’ ସେଟ୍ରେ ଶାହିର ଓ ରୂଚିକାଙ୍କର ପ୍ରଥମ ଥର ପାଇଁ ଭେଟ ହୋଇଥିଲା। ଏହାପରେ ପ୍ରାୟ ଦେଢ଼ ବର୍ଷ ପର୍ୟ୍ୟନ୍ତ ଉଭୟେ ପରସ୍ପରକୁ ଡେଟ୍ କରିଥିଲେ। ବର୍ତ୍ତମାନ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0