ସିଡନୀ: ଭାରତୀୟ ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ । ନବଦୀପ ସଇନୀ ସମ୍ପୂର୍ଣ୍ଣ ଫିଟ ନଥିବାରୁ ତାଙ୍କ ବଦଳରେ ଟି.ନଟରାଜନଙ୍କୁ ୫୦ ଓଭର ଫର୍ମାଟରେ ସାମିଲ କରାଯାଇଛି ବୋଲି ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ମିଳିଛି । ତେବେ କ୍ୟାରିୟରରେ ୧୫ଟି ଲିଷ୍ଟ-ଏ ମ୍ୟାଚ ଖେଳିଥିବା ୟର୍କର ସ୍ପେଶାଲିଷ୍ଟ ନଟରାଜନ ଜଣେ ନେଟ ବୋଲର ଭାବେ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ । ଆହତ ସମସ୍ୟା ଯୋଗୁ ବରୁଣ ଚକ୍ରବର୍ତ୍ତୀ ଓହରି ଯିବାରୁ ତାଙ୍କୁ ଭାରତୀୟ ଟି-୨୦ ଦଳରେ ସାମିଲ କରାଯାଇଥିଲା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0