ସାରା ଦେଶରେ କରୋନା ପରିସ୍ଥିତି ଜଟିଳ ରୂପ ଧାରଣ କରିବାରେ ଲାଗିଲାଣି । ଏମିତି କିଛି ରାଜ୍ୟ ଅଛି ଯେଉଁଠାରେ ସଂକ୍ରମଣ ଥମିବାର ନା ନେଉନାହିଁ । ସରକାରଙ୍କ ତରଫରୁ ପ୍ରତି ସ୍ତରରେ ଚେଷ୍ଟା ଚାଲିଛି । ଆସାମ ପୁଲିସ ମଧ୍ୟ ଲୋକଙ୍କୁ ଜାଗ୍ରତ କରିବା ଲାଗି ଫିଲ୍ମି ଉପାୟରେ ଚେଷ୍ଟା କରୁଛି । କିଙ୍ଗ୍ ଖାନଙ୍କ ଫିଲ୍ମ ‘ବାଜିଗର’ର ସଂଳାପ ବ୍ୟବହାର କରି ସାମାଜିକ ଦୂରତା ବଜାୟ ରଖିବାକୁ ଅପିଲ କରିଛି । ନିଜର ଟ୍ୱିଟର ଆକାଉଣ୍ଟରେ ଶାହାରୁଖଙ୍କର ଏକ ଫଟୋ ଦେଇଛନ୍ତି । ଫଟୋରେ ଶାହାରୁଖ ଧୂସର ରଙ୍ଗର ଟି-ସାର୍ଟ, ଜିନ୍ସ ଓ ମୁହଁରେ ମାସ୍କ ପିନ୍ଧି ନିଜର ଚିରାଚରିତ ଅନ୍ଦାଜରେ ପୋଜ୍ ଦେଇଛନ୍ତି । ଏହା ମାଧ୍ୟମରେ ଛଅ ଫୁଟର ସାମାଜିକ ଦୂରତା ରଖିବାକୁ ପୁଲିସ କହିଛି । ସାମାଜିକ ଦୂରତା ଜୀବନ ରକ୍ଷା କରିପାରିବ । ଯେମିତି ନିଜ ଫିଲ୍ମରେ ଶାହାରୁଖ କହିଛନ୍ତି, ପାଖକୁ ଆସିବା ପାଇଁ କେବେ କେବେ ଦୂରକୁ ଯିବା ଜରୁରୀ ହୋଇଥାଏ । ଆଉ ଦୂରକୁ ଯାଇ ପାଖକୁ ଆସୁଥିବା ବ୍ୟକ୍ତିକୁ ବାଜିଗର କୁହାଯାଏ । ଛଅ ଫୁଟ୍ ଦୂରତା ରଖନ୍ତୁ ଓ ବାଜିଗର ହୁଅନ୍ତୁ । ଆସାମ ପୁଲିସର ଏହି ଟ୍ୱିଟ୍ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
Social Distancing can save lives.
Or as @iamsrk would say, "Kabhi kabhi paas aaane ke liye kuch door jaana padta hai, aur door jakar paas aane walon ko Baazigar kehte hai."
Stay Six feet apart and be a Baazigar! #SocialDistancing #IndiaFightsCorona pic.twitter.com/m7PLnZRgJW
— Assam Police (@assampolice) July 18, 2020



Visitors Today : 0
Total Visitors : 130166
Total Views : 9891611
Visitors Online Now : 0