ନୂଆଦିଲ୍ଲୀ: ପଞାବ ନ୍ୟାସନାଲ ବ୍ୟାଙ୍କର ଗ୍ରାହକ ପାଇଁ ଏକ ଗରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି ବ୍ୟାଙ୍କ । ଦେଶର ଦ୍ଵିତୀୟ ସବୁଠୁ ବଡ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଡିସେମ୍ବର ୧ରୁ ଏଟିଏମରୁ ଟଙ୍କା କାଢିବା ପ୍ରକ୍ରିୟାରେ ବଡ ପରିବର୍ତ୍ତନ କରିବାକୁ ଯାଉଛି। ପିଏନବି ନିଜର ଗ୍ରାହକଙ୍କୁ ଭଲ ସୁବିଧା ଏବଂ ଠକେଇରୁ ବଞ୍ଚାଇବା ପାଇଁ ଏହି ପଦକ୍ଷେପ ଉଠାଇଛି। ବ୍ୟାଙ୍କ ଓ୍ଵାନ୍ ଟାଇମ୍ ପାସଓ୍ଵାର୍ଡ ଆଧାରିତ ଟଙ୍କା ଉଠାଣ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି ।
Save the dates!
PNB 2.0 is launching OTP based cash withdrawals from 1st December 2020.
Making withdrawals easy, banking easier. pic.twitter.com/EsuXJvSTM3— Punjab National Bank (@pnbindia) November 26, 2020
ଏହି ନୂତନ ବ୍ୟବସ୍ଥା ୨୦୨୦ ଡିସେମ୍ବର ୧ରୁ ଆରମ୍ଭ ହେବ। ନିୟମ ଅନୁଯାୟୀ ଏଟିଏମରୁ ଟଙ୍କା କାଢିବା ବେଳେ ଆପଣଙ୍କୁ ବ୍ୟାଙ୍କରେ ପଞ୍ଜୀକୃତ ମୋବାଇଲ ନମ୍ବରରେ ଆସୁଥିବା ଓଟିପି ଦେବାକୁ ପଡିବ। ଏହି ନିୟମ ୧୦ ହଜାରରୁ ଅଧିକ ଟଙ୍କା କାଢୁଥିବା ଟ୍ରାଞ୍ଜେକ୍ସନ ଉପରେ ଲାଗୁ ହେବ। ବ୍ୟାଙ୍କ ଟ୍ଵିଟ୍ କରି ଶନିବାର ଏହାର ସୂଚନା ଦେଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0