spot_img

ମହିଳା ବ୍ୟାଙ୍କ୍ କର୍ମଚାରୀଙ୍କଠାରୁ ୧୫ ଲକ୍ଷ ଲୁଟ୍, ଜଣେ ଗିରଫ

ପାଟଣା : ବ୍ୟାଙ୍କର ମହିଳା କର୍ମଚାରୀଙ୍କଠାରୁ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ତୁରୁମୁଙ୍ଗା ପୋଲିସ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବ୍ୟାଙ୍କ୍ ଅଫ୍  ଇଣ୍ଡିଆ ସମ୍ମୁଖରୁ ଗତ ବୁଧବାର ଦିନ କୋଅପରେଟିଭ ବ୍ୟାଙ୍କର ମହିଳା କର୍ମଚାରୀଙ୍କଠାରୁ ୧୫ଲକ୍ଷ ଟଙ୍କା ଲୁଟି ନେଇଥିଲେ ଲୁଟେରା ସଂପୃକ୍ତ ଲୁଟେରାକୁ ଯାଜପୁର ଜିଲ୍ଲା ଯଖପୁରା ଥାନା ଅଞ୍ଚଳରୁ ଗିରଫ କରିଛି ପୋଲିସ ଗିରଫ ଲୁଟେରା ଜଣଙ୍କ ହେଲେ ଯାଜପୁର ଜିଲ୍ଲା  ଯଖପୁରା ଥାନା ଦଶମଣିଆ ଗ୍ରାମର ଭୋଳା ପ୍ରଧାନ ଭୋଳାଠାରୁ ୫ଲକ୍ଷ ଟଙ୍କା ଜବତ କରିଛି ପୋଲିସ ଭୋଳାକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ତେବେ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଜଣେ ଲୁଟେରା ବର୍ତ୍ତମାନ ସୁଦ୍ଧା ଫେରାର ଅଛି ଖୁବ୍ ଶୀଘ୍ର ଫେରାର ଥିବା ଲୁଟେରାକୁ ଗିରଫ କରାଯିବ ବୋଲି ତୁରୁମୁଙ୍ଗା ଥାନା ଅଧିକାରୀ ସୁଶାନ୍ତ ମଣୀ ମହାନ୍ତି କହିଛନ୍ତି

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular